Only for Entertainment

ମଦ ପିଇ ଯାଇଥିଲେ ବାଥରୁମ, ଦେଖନ୍ତୁ ତା ପରେ କ’ଣ ହେଲା !

ndtv
0 109

ସୋସିଆଲ ମିଡିଆରେ ଚୀନର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ରାତିରେ ମଦ ପିଇ ମହିଳା ଜଣଙ୍କ ବାଥ ରୁମକୁ ଯାଇଥିବା ବେଳେ ସେଠାରେ ଥିବା ଏସିଆନ ଷ୍ଟାଇଲ ଟଏଲେଟରେ ତାଙ୍କ ଡାହାଣ ଗୋଡ ଫସିଯାଇଥିଲା । ପରିବାର ଲୋକେ ବାଧ୍ୟ ହୋଇ ଦମକଳ ବିଭାଗକୁ ଡକାଇଥିଲେ । ୧ଘଣ୍ଟାର ପରିଶ୍ରମ ପରେ ମହିଳାଙ୍କ ଗୋଡକୁ ଟଏଲେଟ ଭିତରୁ ବାହାର କରାଯାଇଥିଲା ।

ଭିଡିଓରେ ଦେଖିବାକୁ ମିଳିଚି ଯେ, ମହିଳାଙ୍କ ଗୋଡ ପ୍ୟାନରେ ଫସିଯିବା ପରେ ପରିବାର ଲୋକେ ଗୋଡକୁ ଦୀର୍ଘ ସମୟ ଧରି ଭିଡି କାଢିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେମାନେ ବିଫଳ ହେବାପରେ ବାଧ୍ୟ ହୋଇ ଦମକଳ ବିଭାଗକୁ ଫୋନ କରି ଡାକିଥିଲେ । ଗୋଟିଏ ପଟେ ଦମକଳ ବିଭାଗର ଅଧିକାରୀମାନେ ପ୍ୟାନକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ନିଶାରେ ଥିବା ଏହି ମହିଳା ଜଣଙ୍କ କାନ୍ଦୁଥିଲେ । ୧ ଘଣ୍ଟା ପରେ ମହିଳାଙ୍କ ଗୋଡକୁ ପ୍ୟାନରୁ କଢାଯାଇଥିଲା । ଗୋଡରେ ସାମାନ୍ୟ ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More