Only for Entertainment

ଚୀନର ବୃହତ ପ୍ରାଚୀରରେ ଗାଇଲେ ‘କିର୍ତ୍ତନ’ , ଭିଡିଓ ଜିତିଲା ସମସ୍ତଙ୍କ ହୃଦୟ !

31

ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବଡ ଖାସ ମୌକାରେ ସାମ୍ନାକୁ ଆସିଥିଲା । କିଛି ଦିନ ପରେ ଗୁରୁନାନକ ଦେବଙ୍କ ୫୫୦ତମ ଜୟନ୍ତୀ । ଏହାପୂର୍ବରୁ ଚୀନର ପ୍ରସିଦ୍ଧ ପ୍ରାଚୀରରେ କିଛିଜଣ ଶିଖ୍ ‘ଶବଦ କିର୍ତ୍ତନ’ କରୁଥିବାର ନଜର ଆସିଛନ୍ତି । ଜଣେ ମହିଳା ଏହି ସୁନ୍ଦର ମୂହୁର୍ତ୍ତକୁ ନିଜ କ୍ୟାମେରାରେ କ୍ୟାପଚର କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଟ୍ୱିଟରରେ ଭିଡିଓକୁ ଶେୟାର କରି ହରନିଧ କୌର ଲେଖିଛନ୍ତି ଯେ ଏଥର ଗୁରୁପୁରବରେ ସେ ବେଜିଂରେ ଅଛନ୍ତି ଏବଂ ଏହାକୁ ଅନୁଭବ କରିବାକୁ ତାଙ୍କୁ ସୁନ୍ଦର ମଉକା ମିଳିଛି । ଦ ଗ୍ରେଟ ୱାଲ ଅଫ ଚାଇନାରେ ଶବଦ କିର୍ତ୍ତନ ! ଏହାକୁ ଶୁଣିଲେ ଘର ଠାରୁ ଦୂରରେ ଥିବା କଷ୍ଟ ମଧ୍ୟ ଲାଘବ ହୋଇଯାଇଛି ।

ଏହି ଭିଡିଓରେ ଖବର ଲେଖାଯିବା ପୂର୍ବରୁ ୯,୫୯୫ହଜାର ଭ୍ୟୁ, ୬୪୮ଲାଇକ୍ସ ଏବଂ ୧୬୧ ରିଟ୍ୱିଟ ମିଳିସାରିଥିଲା । ତେବେ ଏହି ଭିଡିଓକୁ ୟୁଜର୍ସ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ଏହା ସେଠାରେ ଭିଡିଓ ସୁଟ ବେଳେ ସେଠାରେ ଉପସ୍ଥିତ ଦର୍ଶକ ମଧ୍ୟ ଏହାକୁ ଖୁବ ମନଭରି ଉପଭୋଗ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More