Only for Entertainment

ପୁଣିଥରେ ସ୍କ୍ରିନ ସେୟାର କରିପାରନ୍ତି ଦବଙ୍ଗ ଖାନ ଏବଂ କିଙ୍ଗ ଖାନ ।

YouTube
0 21

କିଙ୍ଗ ଖାନ ଶାହରୁଖଙ୍କ ନିଜ ହୋମ ପ୍ରଡକ୍ସନ ବ୍ୟାନରରେ ତିଆରି ହେବାକୁ ଯାଉଛି ଏକ ନୂଆ ସିନେମା । ଏଥିରେ ନିଜେ ଶାହାରୁଖ ନାୟକ ଭୂମିକାରେ ଅଭିନୟ କରିବାକୁ ଥିବାବେଳେ ନାୟିକା ଖୋଜା ଚାଲିଛି । ଏଥିରେ କିନ୍ତୁ ଶାହରୁଖଙ୍କ ବିପକ୍ଷରେ ଅଭିନୟ କରିବାକୁ ଅଭିନେତ୍ରୀ ରାଣୀ ମୁର୍ଖାଜୀ ବେଶ ଆଶାବାଦୀ ଅଛନ୍ତି । ଯଦି ସତରେ ଶାହରୁଖ ରାଣୀଙ୍କୁ କାଷ୍ଟ କରନ୍ତି, ତେବେ ଏହି ଯୋଡି ଦୀର୍ଘ ବର୍ଷ ପରେ ପୁଣି ବଡ ପରଦାରେ ଦେଖାଦେବେ ।

srk_collage

ଏହା ସହ ଶାହରୁଖଙ୍କ ସହ ଅଭିନେତା ସଲମାନ ଖାନ ମଧ୍ୟ ନଜର ଆସିବେ ବୋଲି ଜଣା ପଡିଛି । ଏହି କଥା ପରୋକ୍ଷରେ ଶାହରୁଖ ମାନିଛନ୍ତି । ଏଥିରେ ସଲମାନ ଅଭିନୟ କରିବାର ପୁରା ଦାୟିତ୍ୱ ରାଣୀ ନେଇଛନ୍ତି । ଏହା ପୂର୍ବରୁ ସଲମାନ ଖାନ ଶାହରୁଖ ଖାନଙ୍କ ଫିଲ୍ମ ଜିରୋରେ ନଜର ଆସିବେ । ହୋର ଟିଜର ଇଦରେ ରିଲିଜ କରାଯାଇଥିଲା । ତେବେ ଶାହାରୁଖ, ସଲମାନ ଯଦି ପୁଣିଥରେ ଏକାଠି ନଜର ଆସିବେ ତେବେ ଏହା ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରିବ ବୋଲି ଆଶା କରାଯାଉଛି ।

salman-khan-and-shah-rukh-khan

ଫିଲ୍ମ ବିଷୟରେ କହିବାକୁ ଗଲେ ଶାହରୁଖ ଏବେ ଜିରୋର ସୁଟିଂରେ ବ୍ୟସ୍ତ ଥିବା ବେଳେ ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଜିରୋରେ ଶାହରୁଖଙ୍କ ସହିତ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ ନଜର ଆସିବେ । ଅନ୍ୟପକ୍ଷରେ ଭାରତରେ ସଲମାନଙ୍କ ସହିତ ତବୁ, କ୍ୟାଟ୍ରିନା କୈଫ, ଦିଶା ପଟ୍ଟାନୀ ପ୍ରମୁଖ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More