Only for Entertainment

ସୁଇ ଧାଗା ଚ୍ୟାଲେଞ୍ଜ : ଅକ୍ଷୟଙ୍କୁ ଫେଲ ହେବାର ଦେଖି ଶାହରୁଖ ଦେଖାଇଲେ ଚାଲାଖି, ଦେଖନ୍ତୁ ମଜାଦାର ଭିଡିଓ

YouTube
0 23

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତା ବରୁଣ ଧୱନ ଖୁବ ଶୀଘ୍ର ଫିଲ୍ମ ‘ସୁଇ ଧାଗା’ରେ ନଜର ଆସିବେ । ଦୁହେଁ ଏବେ ଫିଲ୍ମର ପ୍ରମୋଶନକୁ ନେଇ ଖୁବ ବ୍ୟସ୍ତ । ଫିଲ୍ମର ପ୍ରମୋଶନକୁ ନଜରରେ ରଖି ଦୁହେଁ ‘ସୁଇ ଧାଗା ଚ୍ୟାଲେଞ୍ଜ’ର ଆରମ୍ଭ କରିଛନ୍ତି । ବରୁଣ ଏବଂ ଅନୁଷ୍କା ପ୍ରଥମେ ଏହି ଚ୍ୟାଲେଞ୍ଜ ଅକ୍ଷୟ କୁମାର ଏବଂ ଶାହରୁଖ ଖାନଙ୍କୁ ଦେଇଥିଲେ ।

 

 

View this post on Instagram

 

Regrann from @varundvn – Watch if @akshaykumar can complete the #suidhaaga challenge ?

A post shared by Yash Raj Films (@yrf) on

ନିକଟରେ ଅକ୍ଷୟ କୁମାର ଏହି ଚ୍ୟାଲେଞ୍ଜକୁ ସ୍ୱିକାର କରି ଏକ ଭିଡିଓ ପୋଷ୍ଟ କରିଥିଲେ କିନ୍ତୁ ଏଥିରେ ସେ ଫେଲ ମାରିଥିଲେ । ଅକ୍ଷୟ ୧୦ ସେକେଣ୍ଡ ମଧ୍ୟରେ ଏହି ଚ୍ୟାଲେଞ୍ଜକୁ ପୁରା କରିପାରିଲେ ନାହିଁ । ତେବେ ଅକ୍ଷୟଙ୍କୁ ଏହି ଚ୍ୟାଲେଞ୍ଜରେ ଫେଲ ହେବାର ଦେଖି କିଙ୍ଗଖାନ ଚାଲାଖର ସହିତ ଏହି ଚ୍ୟାଲେଞ୍ଜକୁ ପୁରା କରିଛନ୍ତି ।


ଶାହରୁଖ ବଡ ଛୁଞ୍ଚି ଏବଂ ବଡ ସୁତା ସହିତ ଏହି ଚ୍ୟାଲେଞ୍ଜକୁ ପୁରା କରିଛନ୍ତି । ଶାହାରୁଖ ମାତ୍ର ୦.୦୦୦୦୦୦୦୦୧ ସେକେଣ୍ଡରେ ‘ସୁଇ ଧାଗା ଚ୍ୟାଲେଞ୍ଜ’କୁ ପୁରା କରିଛନ୍ତି । ଏହା ପରେ ସେ ଅନୁଷ୍କା, ବରୁଣ ଏବଂ ‘ସୁଇ ଧାଗା’ର ପୁରା ଟିମକୁ ଶୁଭକାମନା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More