Only for Entertainment

କ’ଣ ପାଇଁ ଆସାମ ପୋଲିକୁ ଧନ୍ୟବାଦ ଜଣାଇଲେ ଶାହାରୁଖ ? ଜାଣନ୍ତୁ କାରଣ ।

Bollywood Bubble
0 25

ସଡ଼କ ଦୁର୍ଘଟଣାରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଏବଂ ସେମାନଙ୍କୁ ସତର୍କ କରାଇବା ପାଇଁ ଟ୍ରାଫିକ ପୁଲିସ ତରଫରୁ ଅନେକ ସମୟରେ ବିଭିନ୍ନ ପ୍ରକାରର ପ୍ରୟାସ କରାଯାଉଛି । ବଲିଉଡର ବିଭିନ୍ନ ଗୀତ ଏବଂ ଡାଇଲଗ ମାଧ୍ୟମରେ ବିଭିନ୍ନ ରାଜ୍ୟର ଟ୍ରାଫିକ ପୁଲିସ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରୟାସ କରୁଥିବା ଦେଖାଯାଇଛି । ଏବେ ପୁଣି ଥରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଆସାମ ଟ୍ରାଫିକ ପୁଲିସ ବଲିଉଡ୍ ବାଦଶାହା ଶାହାରୁଖଙ୍କ ସିଗ୍ନେଚର ପୋଜର ବ୍ୟବହାର କରିଥିବା ଦେଖିବାକୁ ମିଳିଛି ।


ଆସାମ ପୁଲିସର ଏହି ବିଜ୍ଞାପନ ଏବେ ଟ୍ଵିଟରରେ ଭାଇରାଲ ହେବାରେ ଲାଗିଥିବା ବେଳେ ଆସାମ ପୁଲିସର ଏହି ପ୍ରୟାସକୁ ଲୋକମାନେ ପ୍ରଶଂସା କରିଛନ୍ତି । ଟ୍ଵିଟରରେ କରାଯାଇଥିବା ପୋଷ୍ଟରେ ଟ୍ରାଫିକ୍ ସିଗ୍ନାଲରେ ଶାହାରୁଖଙ୍କ ପୋଜ୍ ସହ ଟ୍ରାଫିକ୍ ନିୟମ ପାଳନ କରିବା ଦରକାର ବୋଲି ବାର୍ତ୍ତା ଦିଆଯାଇଥିବା ଦେଖା ଯାଇଛି । ଆସାମ ପୁଲିସର ଏହି ପ୍ରୟାସକୁ ସମର୍ଥନ ଜଣାଇ ଶାହାରୁଖ୍ ଏହି ପୋଷ୍ଟକୁ ରିଟ୍ଵିଟ୍ କରି ମୋର ଏହି ପୋଜକୁ ବ୍ୟବହାର କରି ଏ ପର୍ୟ୍ୟନ୍ତ ଦିଆଯାଇଥିବା ବାର୍ତ୍ତାରୁ ଏହା ହେଉଛି ସର୍ବଶ୍ରେଷ୍ଠ ବାର୍ତ୍ତା । ଦୟାକରି ଟ୍ରାଫିକ ନିୟମ ମାନନ୍ତୁ ବୋଲି ଲେଖିଥିବା ଦେଖା ଯାଇଛି । ଏବଂ ଏଥିପାଇଁ ସେ ଆସାମ ପୋଲିସକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More