Only for Entertainment

ପ୍ରଥମଥର ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଶ୍ରଦ୍ଧା, ଜାଣନ୍ତୁ କ’ଣ କହିଲେ ।

India TV
0 45

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସ୍ତ୍ରୀ’ର ଟ୍ରେଲର ଗୁରୁବାର ଲଞ୍ଚ ହୋଇସାରିଛି । ଏହି ହରର୍ କମେଡି ଫିଲ୍ମରେ ରାଜକୁମାର ଓ ଶ୍ରଦ୍ଧାଙ୍କ ଯୋଡି ଦର୍ଶକ ଦେଖିବାକୁ ପାଇବେ । ଏହି ସିନେମାର କାହାଣୀ ୯୦ ଦଶକର କର୍ଣ୍ଣାଟକର ଏକ ଗାଁରୁ ପ୍ରେରିତ ହୋଇ ତିଆରି ହୋଇଛି । ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ପୁରା କାଷ୍ଟ ସେଠାରେ ଉପସ୍ଥିତ ଥିଲା । ଶ୍ରଦ୍ଧାଙ୍କ ବ୍ୟକ୍ତଗତ ଜୀବନ ବିଷୟରେ ଯଦି କୁହାଯାଏ ତେବେ ଗତ କିଛି ଦିନ ହେବ ଶ୍ରଦ୍ଧା କପୁରଙ୍କ ବ୍ରେକ୍ ଅଫ୍ ଖବର ଶୁଣିବାକୁ ମିଳୁଥିଲା, ହେଲେ ସେନେଇ ଶ୍ରଦ୍ଧା ମୁହଁ ଖୋଲି ନ ଥିଲେ, କିନ୍ତୁ ସ୍ତ୍ରୀ ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ଏ ପ୍ରଶ୍ନର ଜବାବ ରଖି ପ୍ରଥମ ଥର ପାଇଁ ନିଜ ହୃଦୟର ବେଦନାକୁ ବୟାନ କରିଛନ୍ତି ଶ୍ରଦ୍ଧା ।

ଗତ କିଛି ଦିନ ହେବ ଶ୍ରଦ୍ଧା କପୁର ଓ ଫରହାନ ଅକତରଙ୍କ ମଧ୍ୟରେ ସର୍ମ୍ପକକୁ ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଥିଲା । କିଛି ମାସ ପରେ ଶ୍ରଦ୍ଧା ଫରହାନଙ୍କୁ ନିଜ ଇଂଷ୍ଟାଗ୍ରାମରେ ଅନଫଲୋ କରିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଉ ଆଗ ଭଳି ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ଏବେ ‘ସ୍ତ୍ରୀ’ ର ଟ୍ରେଲର ଲଞ୍ଚ ସମୟରେ ତାଙ୍କୁ ପଚରାଯାଇଥିଲା କି ତାଙ୍କୁ କେଉଁ ଜିନିଷ ସବୁଠୁ ଅଧିକ କଷ୍ଟ ଦେଇଥାଏ କିମ୍ବା ଏପରି କିଛି ଘଟଣା ଯାହା ତାଙ୍କୁ ଅଧିକ କଷ୍ଟ ଦେଇଛି ? ଏହି ପ୍ରଶ୍ନର ଉତ୍ତରରେ ଶ୍ରଦ୍ଧା କହିଥିଲେ, ତାଙ୍କୁ ମନ ଭାଙ୍ଗିବା ଫଳରେ ବହୁତ କଷ୍ଟ ହୋଇଛି ।

ଶ୍ରଦ୍ଧାଙ୍କ ଏହି ବୟାନ ଶୁଣିଲା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱଭାବିକ୍ । କାରଣ ଆଗରୁ କେବେ ବି ନିଜ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି ଶ୍ରଦ୍ଧା । ସୂଚନାଯୋଗ୍ୟ କି, ଶ୍ରଦ୍ଧା କପୁରଙ୍କ ନାଁ ପ୍ରଥମେ ଆଦିତ୍ୟ ରୟ କପୁରଙ୍କ ନାଁ ସହିତ ଯୋଡା ଯାଇଛି । ଦୁଇଜଣ ହିଁ ଏହି ସମ୍ପର୍କକୁ ଖଣ୍ଡନ କରିଛନ୍ତି । ଶ୍ରଦ୍ଧା ଆଦିତ୍ୟ ରୟ କପୁରଙ୍କ ସହି ଆଶିକି ୨ ଓ ଓକେ ଜାନୁ କରିଥିବା ବେଳେ ଫରଅନ ଅଖତରଙ୍କ ସହିତ ରକଅନ ୨ ରେ କାମ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More