Only for Entertainment

ଆମୀର-ସଲମାନ-ଶାହାରୁଖଙ୍କ ସିକ୍ରେଟ ମିଟିଂ, କ’ଣ ହୋଇପାରେ ଏହାର କାରଣ?

timesofindia.indiatimes.com
14

ବଲିଉଡର ତିନି ଖାନ ଆମୀର, ସଲମାନ ଏବଂ ଶାହାରୁଖଙ୍କ ମଧ୍ୟରେ ଏକ ମଜବୁତ ସଂପର୍କ ରହିଛି ଏହା କାହାକୁ ଅଛପା ନାହିଁ । ତିନି ଆକ୍ଟର ଯେତେବେଳେ ଏକାଠି ହୋଇଯାଆନ୍ତି ଲୋକଙ୍କ ଭିଡ଼ ଜମିଯାଏ । ଏହାପରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଟ୍ରେଣ୍ଡ କରିବାକୁ ଲାଗେ । ଖବର ଅନୁସାରେ ନିକଟରେ କିଙ୍ଗ ଖାନ ଶାହାରୁଖଙ୍କ ଘର ମନ୍ନତରେ ଏକ ମିଟିଂ ରଖା ଯାଇଥିଲା ।

ତିନି ଖାନଙ୍କ ଏହି ମିଟିଂକୁ ସିକ୍ରେଟ ରଖାଯାଇଛି । ଖବର ଅନୁସାରେ କ୍ୟାରିଅରକୁ ନେଇ ତିନି ଜଣଙ୍କ ମଧ୍ୟରେ କିଛି ଆଲୋଚନା ହୋଇଛି । ସେମାନଙ୍କର ଏହି ସାକ୍ଷାତ ସଂଧ୍ୟା ସମୟରେ ହୋଇଥିଲା । ମିଟିଂ ପ୍ରାୟ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା । ଅନୁମାନ କରାଯାଉଛିଯେ ସାକ୍ଷାତ ପଛର କାରଣ ହେଉଛି କୌଣସି ଏକ ବଡ଼ ପ୍ରୋଜେକ୍ଟ ।

ୱର୍କ ଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ତିନି ଷ୍ଟାର୍ସଙ୍କ ଫିଲ୍ମ ଏବେ ଟ୍ରାକରେ ନାହିଁ । ଗତବର୍ଷ ସଲମାନଙ୍କ ରେସ ଥ୍ରି, ଆମୀରଙ୍କ ଠଗ୍ସ ଅଫ ହିନ୍ଦୋସ୍ତାନ ଏବଂ ଶାହାରୁଖଙ୍କ ଜିରୋ ଦର୍ଶକଙ୍କୁ ବିଶେଷ ପସନ୍ଦ ଆସିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More