Only for Entertainment

କାର ନୁହେଁ ହେଲିକାପ୍ଟରରେ ସୁଟିଂକୁ ଯାଇଥାନ୍ତି ବଲିଉଡର ଏହି ଅଭିନେତା

AajTak
0 59

କିଙ୍ଗ ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଜିରୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ସୁଟିଂ ପାଇଁ ମୁମ୍ବାଇ ପାଖରେ ହିଁ ଫିଲ୍ମର ସେଟ ପ୍ରସ୍ତୁତ କରାଯାଇଛି । ମୁମ୍ବାଇ ପାଖରେ ସୁଟିଂ ସେଟ ଥିବାରୁ ଶାହାରୁଖ ପରିବାରକୁ ମଧ୍ୟ ସମୟ ଦେଇ ପାରୁଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ମୁମ୍ବାଇ ଟ୍ରାଫିକକୁ ନେଇ ସେ ଖୁବ ଚିନ୍ତିତ । ରିପୋର୍ଟ ଅନୁସାରେ ଟ୍ରାଫିକରୁ ବଂଚିବା ପାଇଁ ଶହାରୁଖ ପ୍ରାଇଭେଟ ଜେଟର ବ୍ୟବହାର କରୁଛନ୍ତି ।

ଖବର ଅନୁସାରେ ଶାହାରୁଖ ସଂଧ୍ୟା ୭ଟାରେ ସୁଟିଂ ପାଇଁ ବାହାରିଥାନ୍ତି ଏବଂ ସକାଳ ୬ଟାରେ ଫେରିଥାନ୍ତି । ଶାହାରୁଖଙ୍କର ଏହି ସିଡ୍ୟୁଲ ୮ ଏପ୍ରିଲ ପର୍ଯ୍ୟନ୍ତ ନିଦ୍ଧାରଣ କରାଯାଇଛି । ଟ୍ରାଫିକ ପାଇଁ ସୁଟିଂରେ ଯେପରି ଡେରି ନଦୁଏ ସେଥିପାଇଁ ଶାହାରୁଖ ଚପରରେ ଯିବା ଆସିବା କରିବା ପାଇଁ ସ୍ଥିର କରିଛନ୍ତି ।

ଉଲ୍ଲେଖଯେଗ୍ୟ ଯେ, ‘ଜବ ହ୍ୟାରି ମେଟ ସେଜଲ’ ବକ୍ସ ଅଫିସରେ ସଫଲ ନହେବାପରେ ଶାହାରୁଖ ଏକ ବଡ ହିଟ ଆଶାରେ ଅଛନ୍ତି । ତେଣୁ ସେ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ଜିରୋ’ରୁ ଅନେକ ଆଶା ରଖିଛନ୍ତି । ଏହି ଫିଲ୍ମରେ ଶାହାରୁଖଙ୍କ ସହିତ କ୍ୟାଟ୍ରିନା କୈପ ଏବଂ ଅନୁଷ୍କା ଶର୍ମା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More