Only for Entertainment

ଶାହିଦଙ୍କୁ ମିଳିଲା ମନଲାଖି ଭୂମିକା, ଆଗାମୀ ଫିଲ୍ମରେ ବକ୍ସର ଭୂମିକାରେ ଆସିବେ ନଜର ।

Bollyworm
0 30

ଶାହିଦ୍ କପୁରଙ୍କୁ ମିଳିଯାଇଛି ମନଲାଖି ଚରିତ୍ରଟିଏ । ସେ ଜଣେ ବକ୍ସର ଭାବେ ତାଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ପୂର୍ବରୁ ଏସିଆନ୍ ଗେମ୍ସରେ ସୂର୍ଣ୍ଣ ଜିତିଥିବା ବକ୍ସିଂ ଚମ୍ପିଆନ ଡିଙ୍ଗକୋ ସିଂଙ୍କ ଜୀବନ କାହାଣୀକୁ ନେଇ ତିଆରି ହେବାକୁ ଯାଉଛି ଫିଲ୍ମ । ଯେଉଁଥିରେ ଶାହିଦଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ସେ ଡିଙ୍ଗକୋ ସିଂଙ୍କ ଚରିତ୍ରରେ ନଜର ଆସିବେ ।

ରାଜ କ୍ରିଷ୍ଣନ୍ ମେନୋନ ଏହି ଫିଲ୍ମର ନିର୍ଦ୍ଦେଶନାଭାର ସମ୍ଭାଳିବେ । ଡିଙ୍ଗକୋ ସିଂ ଭାରତ ପକ୍ଷରୁ ଏସିଆନ୍ ଗେମ୍ସରେ ଖେଳି ପ୍ରଥମଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୩ ମସିହାରେ ଏହି ମଣିପୁରୀ ବକ୍ସରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ୨୦୧୭ ମସିହାରେ ସେ କ୍ୟାନସନ ରୋଗରେ ପୀଡିତ ହୋଇଥିଲେ । ଏହି ସମୟରେ ଖେଳାଳି ଗୌତମ ଗମ୍ଭୀର ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ । ତାଙ୍କର ଏହି ଘଟଣା ବହୁଳ ଜୀବନୀକୁ ପରଦାରେ ଦେଖାଇବା ପାଇଁ ଖୁବ ଉତ୍ସାହିତ ଥିବା ରାଜ କ୍ରିଷ୍ଣନ୍ ମେନୋନ କହିଛନ୍ତି । ଫିଲ୍ମଟି ୨୦୧୯ ମସିହା ଏପ୍ରିଲ ମାସରେ ରିଲିଜ୍ ହେବ ବୋଲି ଜଣା ପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More