Only for Entertainment

ସାମ୍ନାକୁ ଆସିଲା ‘ବତ୍ତି ଗୁଲ ମିଟର ଚାଲୁ’ର ପ୍ରଥମ ପୋଷ୍ଟର, ଏହି ଦିନ ରିଲିଜ ହେବ ଟ୍ରେଲର ।

YouTube
0 27

ବଲିଉଡ ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ ଅନେକ ଦିନରୁ ଚର୍ଚ୍ଚାରେ ରହିଛି । ଫିଲ୍ମକୁ ଦୁହିଁଙ୍କ ଫ୍ୟାନମାନେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । କିଛି ଦିନ ହେବ ଫିଲ୍ମର ରିଲିଜ ଡେଟର ଘୋଷଣା କରାଯାଇଥିଲା ଏବେ ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି ।

ଫିଲ୍ମର ଏହି ପୋଷ୍ଟରକୁ ଶାହିଦ ନିଜର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫିଲ୍ମ ଉତ୍ତରଖଣ୍ଡର ପୃଷ୍ଠଭୂମିରେ ନିର୍ମିତ । ଫିଲ୍ମର କାହାଣୀ ବିଜୁଳି ବିଭାଗରେ ଚାଲୁଥିବା ଭ୍ରଷ୍ଟାଚାର ଉପରେ ଆଧାରିତ ।

 

ଫିଲ୍ମର ପୋଷ୍ଟର ବିଷୟରେ କହିବାକୁ ଗଲେ ପୋଷ୍ଟରରେ ଏକ ଫ୍ୟୁଜ ବଲ୍ୱ ଦେଖିବାକୁ ମିଳିଛି ଏବଂ ଏହା ଉପରେ ଲେଖା ହୋଇଛି ‘ଫ୍ୟୁଜ ବଲ୍ୱ ଜରିଆରେ କ୍ରାନ୍ତି ଆଣି ହେବ ନାହିଁ’ । ଏହା ସହିତ ଫିଲ୍ମର ଟ୍ରେଲର ରିଲିଜ ଡେଟର ଘୋଷଣା ମଧ୍ୟ ଏହି ପୋଷ୍ଟରରେ କରାଯାଇଛି । ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ର ଟ୍ରେଲର ୧୦ ଅଗଷ୍ଟରେ ରିଲିଜ ହେବ ।

ଏହି ଫିଲ୍ମର କାହାଣୀ ପେରି କେ ବ୍ୟକ୍ତିଙ୍କ ଉପରେ ଆଧାରିତ ଯେ ବିଜୁଳି ଟାକିବା ଫଳରେ ଆତ୍ମହତ୍ୟା କରିଦିଏ । ଫିଲ୍ମରେ ଶାହିଦ କପୁର ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତିତ ୟାମୀ ଗୌତମ ଏବଂ ସମିର ସୋନି ନଜର ଆସିବେ । ଫିଲ୍ମରେ ୟାମୀଙ୍କୁ ଓକିଲ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମ ୧୪ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More