Only for Entertainment

ସିମ୍ପାଜୀକୁ ଆଲିଙ୍ଗନ କଲେ ସିଲ୍ପା ସେଟ୍ଟୀ । ଦେଖନ୍ତୁ ଏହାପରେ କ’ଣ ହେଲା ।

instagram
0 56

ବଲିଉଡ ଅଭିନେତ୍ରୀ ସିଲ୍ପା ସେଟ୍ଟୀ ଏବେ ନିଜର ଫୁଡ ଚ୍ୟାନେଲ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସବୁବେଳେ ନିଜ ଫିଟନେସକୁ ଧ୍ୟାନ ରଖୁଥିବା ସିଲ୍ପାଙ୍କର ରୁଚି ଟ୍ରାଭେଲର୍ସରେ ଥିବା ଜଣାପଡେ । ଅଧିକାଂଶ ସମୟରେ ସେ ନିଜ ଫ୍ୟାମିଲ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରନ୍ତି । କିଛି ଦିନ ତଳେ ସିଲ୍ପାପୋଷ୍ଟ କରିଥିବା ଏକ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଏଥିରେ ସେ ଏକ ସିମ୍ପାଜୀ ସହ ନଜର ଆସିଥିଲେ । ତାଙ୍କର ଏହି ଭିଡିଓଟି ବର୍ତ୍ତମାନ ସୁଦ୍ଧା ୬ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ସିଲ୍ପା ସେଟ୍ଟୀ ଏ ଭିଡିଓଟିକୁ ଇଂଷ୍ଟାଗ୍ରାମ ପେଜ୍ରେ ଶେୟାର କରିଛନ୍ତି । ଭିଡିଓରେ ଏକ ପୋଷା ସିମ୍ପାଜୀ ତାଙ୍କ କୋଳରେ ବସିଛି । ସିମ୍ବାଜୀ ପ୍ରଥମେ ସିଲ୍ପାଙ୍କୁ ଆଲିଙ୍ଗନ କରୁଛନ୍ତି, କିନ୍ତୁ ପରେ ତାଙ୍କ ପ୍ରଶିକ୍ଷକଙ୍କ କଥାନୁସାରେ ସେ ସିଲ୍ପାଙ୍କୁ କିସ୍ ବି କରୁଛନ୍ତି । ଭିଡିଓରେ ସିଲ୍ପାଙ୍କ ସହ ତାଙ୍କ ପୁଅ ମଧ୍ୟ ରହିଛନ୍ତି । ସିଲ୍ପାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

 

?? . . . #instabolly #bollywood

A post shared by Bollywood Entertainment? (@lnstabolly) on

ଫିଲ୍ମଠୁ ଦୂରେଇ ଯାଇଥିବା ସିଲ୍ପା ଏବେ ରିୟାଲିଟି ଶୋ’ ରେ ହୋଷ୍ଟ କରୁଥିବାର ନଜର ଆସୁଛନ୍ତି । ସିଲ୍ପା ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ’ ‘ଦସ୍ କା ଦମ୍’ ରେ ସଲମାନ ଖାନ୍ ଓ ଫରାହ ଖାନ୍ ସହ ନଜର ଆସିଥିଲେ । ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ସେୟାର କରୁଥିବା ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସିଲ୍ପା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More