Only for Entertainment

ହିନାଙ୍କୁ ପଛରେ ପକାଇ ଶିଳ୍ପା ସିନ୍ଦେ ହେଲେ ‘ବିଗବସ-୧୧’ ବିଜୟିନୀ

The Indian Express
0 63

ବହଚର୍ଚ୍ଚିତ ରିୟଲିଟି ଶୋ ‘ବିଗ ବସ୍’ ସିଜିନ ୧୧ର ବିଜୟୀ ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା ସିନ୍ଦେ । ରବିବାର ଅନୁଷ୍ଠିତ ଭବ୍ୟ ଗ୍ରାଣ୍ଡ ଫିନାଲେରେ ଶୋର ହୋଷ୍ଟ ସଲମାନ ଖାନ ଶିଳ୍ପାଙ୍କୁ ବିଜୟୀ ଘୋଷଣା କରିଥିଲେ । ଫାଇନାଲ ରେସରେ ଶିଳ୍ପାଙ୍କୁ କଡା ଟକ୍କର ଦେଇଥିଲେ ଅନ୍ୟ ୩ ପ୍ରତିଦ୍ୱନ୍ଦୀ ହିନା ଖାନ, ବିକାଶ ଗୁପ୍ତା ଏବଂ ପୁନିଶ ଶର୍ମା । ଫାଇନାଲରେ ପହଁଚିଥିବା ୪ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମେ ପୁନିଶ ବାଦ୍ ପଡିଥିଲେ । ପୁନିଶ ବାଦ୍ ପଡିବା ପରେ ବିକାଶ ଗୁପ୍ତା ଦ୍ୱିତୀୟ ରନର୍ସ ଅପ୍ ହୋଇଥିବା ସୋଠାରେ ଉପସ୍ଥିତ ‘ପ୍ୟାଡ ମ୍ୟାନ’ ହିରୋ ଅକ୍ଷୟ କୁମାର ଘୋଷଣା କରିଥିଲେ । ଶେଷରେ ହିନା ଏବଂ ଶିଳ୍ପା ମଧ୍ୟରେ ବିଜୟୀଙ୍କ ନାମ ଘୋଷଣା କରାଯାଇଥିଲା । ବିଜୟିନୀ ଶିଳ୍ପାଙ୍କୁ ୪୪ ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ବିଗ ବସ୍ ଟ୍ରଫି ପ୍ରଦାନ କରିଥିଲେ ସଲମାନ ।

ଟେଲିଭିଜନ ଧାରାବାହିକ ‘ଭାବି ଜୀ ଘର ପର୍ ହୈ’ ଛାଡିବା ପରେ ଶିଳ୍ପାଙ୍କୁ ଟେଲିଭିଜନ ଦୁନିଆରେ ବୈକଟ କରାଯାଇଥିଲା । ଏଭଳି ସମୟରେ ‘ବିଗ ବସ୍’ ଶୋ ତାଙ୍କ ପାଇଁ ଗେମ ଚେଂଜର ପ୍ରମାଣିତ ହୋଇଛି ବୋଲି ଶିଳ୍ପା ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More