Only for Entertainment

ଅଙ୍ଗୁରୀ ଭାବୀ ଅନ୍ଦାଜରେ ଲଭ ତ୍ୟାଗୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଶିଳ୍ପା , ଦେଖନ୍ତୁ ଭିଡିଓ

Zee News
0 53

ନିକଟରେ ଟିଭି ଅଭିନେତ୍ରୀ ଶିଳ୍ପା ଶିନେ୍ଧ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓ ସେ ‘ବିଗ ବସ -୧୧’ ପ୍ରତିଯୋଗୀ ଲଭ ତ୍ୟାଗୀଙ୍କ ପାଇଁ ଶେୟାର କରିଛନ୍ତି । ଏହି ଭିଡିଓରେ ଶିଳ୍ପା ପୁଣିଥରେ ଅଙ୍ଗୁରୀ ଭାବୀ ଚରିତ୍ରରେ ନଜର ଆସିଛନ୍ତି । ଏହି ଚରିତ୍ରରେ ନଜର ଆସିବାର ଉଦ୍ଦେଶ୍ୟ ମଧ୍ୟ କିଛି ଖାସ ରହିଛି । କଥାଟି ହେଉଛି ଲଭ ତ୍ୟାଗୀଙ୍କ ଜନ୍ମଦିନରେ ତାଙ୍କୁ ସରପ୍ରାଇଜ ଦେବା ପାଇଁ ସେ ଏହି ଖାସ ଭିଡିଓ ଶେୟାର କରିଛନ୍ତି । କେବଳ ଏତିକି ନୁହେଁ ଲଭଙ୍କ ପାଇଁ ସେ ଗୀତ ମଧ୍ୟ ଗାଇଛନ୍ତି ।
ଦେଖନ୍ତୁ ଭିଡିଓ-


ଶିଳ୍ପା ଏହି ଭିଡିଓକୁ ଶେୟାର କରିବାର କିଛି ଘଣ୍ଟା ମଧ୍ୟରେ ୭୫ ହଜାରରୁ ଅଧିକ ଦର୍ଶକ ଏହାକୁ ଦେଖିବା ସହିତ କମେଣ୍ଟ ମଧ୍ୟ ଦେଉଛନ୍ତି । ସେହିପରି ଫ୍ୟାନ୍ସ ତାଙ୍କୁ ପୁଣିଥରେ ଶୋ’ ‘ଭାବିଜୀ ଘର ପର ହେ’ରେ ଆସିବା ପାଇଁ ଅନୁରୋଧ କରିଥିଲେ ।

ବର୍ତ୍ତମାନ ଶିଳ୍ପାଙ୍କୁ ସୁନିଲ ଗ୍ରୋଭରଙ୍କ ସହିତ ନୂଆ କମେଡି ଶୋ’ରେ ଦେଖିବାକୁ ମିଳିବ । ଏହି ଶୋ’କୁ ତାଙ୍କ ଫ୍ୟାନ୍ସ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More