Only for Entertainment

ସଡ଼କ ଦୁର୍ଘଟଣାରେ ଶିବାନୀ ଭାଟିୟାଙ୍କ ମୃତ୍ୟୁ, ସ୍ୱାମୀଙ୍କ ଅବସ୍ଥା ସ୍ଥିର ।

bollywood tadka
138

ପ୍ରସିଦ୍ଧ ପପ ସିଙ୍ଗର ଶିବାନୀ ଭାଟିୟାଙ୍କୁ ନେଇ ଆସିଛି ଦୁଃଖଦ ଖବର । ଖବର ମୁତାବକ ଯମୁନା ଏକ୍ସପ୍ରେସରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଶିବାନୀଙ୍କ ମୃତ୍ୟୁ ହୋଇଛି । ଘଟଣା ସମୟରେ ଉପସ୍ଥିତ ଥିବା ଶିବାନୀଙ୍କ ପତି ନିଖିଲ ଭାଟିୟା ଗୁରୁତର ଭାବରେ ଆହତ ହୋଇଛନ୍ତି ଏବଂ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ସୂଚନା ଅନୁସାରେ ଦୁଇଜଣ ସୋମବାରକୁ ଆଗ୍ରାରେ ହେଉଥିବା ଏକ କାର୍ଯ୍ୟକ୍ରମରେ ପର୍ଫମ କରିବାକୁ ଯାଉଥିବା ସମୟରେ ସୁରୀର କୋତବାଲି କ୍ଷେତ୍ର ନିକଟରେ ଏହି ଦୁର୍ଘଟଣା ଘଟିଛି । ସେଠାରେ ଉପସ୍ଥିତ ଥିବା ଶିବ ବୀର ସିଂ ନାମକ ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ଗାଡ଼ିର ବେଗ ଖୁବ ତୀବ୍ର ଥିଲା । ତେଣୁ ଗାଡ଼ି ଖୁବ ଜୋରରେ ଧକ୍କା ହୋଇଥିଲା । ଯାହା ଫଳରେ ପୋଲିସ ଏବଂ ଏକ୍ସପ୍ରେସ କର୍ମୀ ଉଭୟଙ୍କୁ କାର ମଧ୍ୟରୁ ଉଦ୍ଧାର କରି ହସ୍ପିଟାଲରେ ଭତ୍ତି କରିଥିଲେ, କିନ୍ତୁ ଚିକିତ୍ସା ମଧ୍ୟରେ ଶିବାନୀ ଆଖି ବୁଜିଦେଲେ ।

କହିରଖୁଛୁଯେ ବିହାରର ସୀତାମଢିର ଶିବାନୀ କିଛି ବର୍ଷ ହେବ ଫ୍ରଫେସନ ଯୋଗୁଁ ଦିଲ୍ଲୀର ଲାଜପତନଗରରେ ପରିବାର ସହିତ ରହି ଆସୁଥିଲେ । ଶିବାନୀ କେତେକ ବଲିଉଡ ଷ୍ଟାର୍ସଙ୍କ ସହିତ ଷ୍ଟେଂଜ ଶୋ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More