Only for Entertainment

ଶ୍ୱେତାବଚ୍ଚନଙ୍କ ଲଂଚି ପାର୍ଟିରେ ଝଲସିଲା ହଟନେସର ତଡକା, ବଲିଉଡ କ୍ୱିନ ମାନଙ୍କ ସମେତ ଅନେକ ଷ୍ଟାରହର୍ଟ ଆସିଲେ ନଜର

timesnownews
0 40

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଝିଅ ତଥା ଶ୍ୱେତା ବଚ୍ଚନ ନିକଟରେ ଏକ ଫ୍ୟାଶନ ଲେବଲ ଲଂଚ କରିଛନ୍ତି । ଏହି ଇଭେଂଟରେ ବି ଟାଉନର ନାମିଦାମି ସେଲିବ୍ରିଟଙ୍କ ସମେତ ଅନେକ ପରିଚିତ ଚେହେରାଙ୍କୁ ଦେଖିବାକୁ ମିଳିଛି । ଇଭେଂଟରେ ସମସ୍ତଙ୍କ ଲୁକ୍ସ ଥିଲା ଟିକେ ହଟକେ । ଯାହା ଏବେ ଖୁବ ର୍ଚ୍ଚା ସାଉଟିଛି ମାୟାନଗରୀରେ । ଲାଇମଲାଇଟରେ ସମସ୍ତଙ୍କ ଲୁକ୍ସକୁ ବେଶ ପ୍ରଶଂଶା କରାଯାଉଛି ।

ଶ୍ୱେତାବଚ୍ଚନଙ୍କ ଏହି ଲଂଚି ଇଭେଂଟରେ ବି- ଟାଉନ ଅନେକ ଷ୍ଟାର ହର୍ଟ ମାନଙ୍କୁ ଦେଖିବାକୁ ମିଳିଥିଲା । ଅମିତାଭ ବଚ୍ଚନଙ୍କ ଠୁ ନେଇ ଅନେକ ସେଲବ ଏକାଠି ହେଇଥିଲେ ଏହି ଲଂଚରେ । ବଲିଉଡ ବାଦଶାହଙ୍କ ଝିଅ ସୁହାନା ଖାନଙ୍କୁ ଏକ ଗର୍ଜିୟସ ଲୁକରେ ଦେଖିବାକୁ ମିଳିଥିଲା । ଏକ ଅଲଗା ଅନ୍ଦାଜରେ ସୁହାନା ତାଙ୍କ ମାଁ ଗୌରି ଖାନଙ୍କ ସହିତ ନଜର ଆସିଥିଲେ । ସୁହାନା ଏକ ହ୍ୱାଇଟ କଲର ସ୍କଟ ପିନ୍ଧିଥିବା ବେଳେ ଗୌରି ଖାନଙ୍କୁ ଏକ ହ୍ୱାଇଟ କଲରର ଷ୍ଟାଇଲିସ ଡ୍ରେସରେ ଦେଖିବାକୁ ମିଳିଛି ।

ଏଥିରେ ଷ୍ଟାର ହର୍ଟସରେ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ମଧ୍ୟ ସାମିଲ ହେଇଥିଲେ । ଏକ ଗୋଲଡେନ କଲର ୱାନ ପିସରେ ଝଲସୁଥିଲେ ନବ୍ୟା । ଏଥିସହ ମୋଷ୍ଟ ବ୍ୟିୁଟିଫୁଲ ଅଭିନେତ୍ରୀ କରିଶ୍ମା କପୁରଙ୍କୁ ମଧ୍ୟ ଫଟୋ ପୋଜ ଦେବାରେ ଦେଖିବାକୁ ମିଳିଥିଲା । ଏଥିସହ ମୁୂକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବନା ଏବଂ ତାଙ୍କ ଝିଅ ଇଶା ଅମ୍ବାନୀ, , ସୁନିଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ , ଅଭିନେତା ଚଂକି ପାଣ୍ଡେଙ୍କ ଭାଣିଜି ଅଲାନା ପାଣ୍ଡେ, ସଂଜୟ କପୁରଙ୍କ ଝିଅ ସନାୟା କପୁର ଏବଂ ତାଙ୍କ ମାଁ ମହିପ ମଧ୍ୟ ଶ୍ୱେତାଙ୍କ ଏହି ଷ୍ଟୋର ଲଂଚି ଇଂଭେଟରେ ଯୋଗ ଦେଇ ଚାର ଚାନ୍ଦ ଲଗେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More