Only for Entertainment

ବିିହାରରେ ଫିକା ପଡ଼ିଲା ସିମ୍ବା ।

instagram
28

ରଣବୀର ସିଂହ ଏବଂ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ସିମ୍ବା’କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମଟି ରିଲିଜ୍‌ ହେବା ପରେ ‘ଜିରୋ’ ଏବଂ ‘କେ.ଜି.ଏଫ୍‌’କୁ ପଛରେ ପକାଇଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳୁଥିବା ଦେଖାଯାଇଛି । କିନ୍ତୁ ଏବେ ବି ଦେଶରେ ଥିବା କିଛି ରାଜ୍ୟରେ ‘ସିମ୍ବା’କୁ ଦର୍ଶକଙ୍କ ଭଲପାଇବା ମିଳୁ ନଥିବା ଜଣାପଡ଼ିଛି । ଖାସ୍‌ କରି ବିହାରରେ ‘ସିମ୍ବା’ ମାନ୍ଦା ଚାଲିଥିବା ଦେଖିବାକୁ ମିଳିଛି। ଅତ୍ୟଧିକ ଥଣ୍ଡା ପାଇଁ ଏଭଳି ସମସ୍ୟା ଦେଖା ଯାଉଥିବା ଜଣାପଡ଼ିଛି ।ଟ୍ରେଡ୍‌ ଆନାଲିଷ୍ଟ ଅମୋଦ ମେହ୍‌ରାଙ୍କ କହିବା ଅନୁଯାୟୀ, ବିହାରରେ ଶୀତର ପ୍ରକୋପ ଅଧିକ ଥିବାରୁ ଲୋକାମାନେ ଘରେ ରହିବା ଠିକ୍‌ ଭାବୁଛନ୍ତି । ଯାହାର ପ୍ରଭାବ ‘ସିମ୍ବା’ ଉପରେ ପଡ଼ିଛି । ଅନ୍ୟପକ୍ଷରେ, ରଣବୀର ସିଂହଙ୍କୁ ବିହାରରେ ବଡ଼ ଷ୍ଟାର ବୋଲି ଲୋକେ ମାନୁ ନଥିବାରୁ ତାଙ୍କ ଫିଲ୍ମ ଦେଖିବାକୁ ଆସୁନଥିବା କହିଛନ୍ତି ନରେନ୍ଦ୍ର ଗୁପ୍ତା । ତେବେ ବିହାର ଏବଂ ଅନ୍ୟ କିଛି ରାଜ୍ୟକୁ ଛାଡ଼ି ଦେଲେ ‘ସିମ୍ବା’ ଅନ୍ୟ ରାଜ୍ୟମାନଙ୍କରେ ନିଜର ଯାଦୁ ଚଳାଇବା ଆରମ୍ଭ କରି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More