Only for Entertainment

ଆରମ୍ଭ ହୋଇଛି ଆଗାମୀ ବଲିଉଡ୍ କପ୍ ଡ୍ରାମା ଫିଲ୍ମ ‘ସିମ୍ବା’ର ସୁଟିଂ ।

Bollywood Babu
0 56

ଆରମ୍ଭ ହୋଇଛି ଆଗାମୀ ବଲିଉଡ୍ କପ୍ ଡ୍ରାମା ଫିଲ୍ମ ‘ସିମ୍ବା’ର ସୁଟିଂ । ପ୍ରଥମ ଦିନ ସୁଟିଂ ସେଟ୍ରୁ ଆସିଛି ଅଭିନେତା ରଣବୀର ସିଂଙ୍କ ଫଟୋ । ଫଟୋରେ ରଣବୀର୍ଙ୍କୁ ନେଭି ବ୍ଲୁ ରଙ୍ଗର ସାର୍ଟ, ଏବଂ ଗ୍ରେ କଲର୍ ପାଂଟ୍ରେ ଦେଖିବାକୁ ମିଳିଛି । ଏହାସହ ରଣବୀର୍ଙ୍କୁ ନିଶ ରଖିଥିବାର ଦେଖିବାକୁ ମିଳିଛି ।

ranveer

ଫିଲ୍ମରେ ରଣବୀର୍ ଜଣେ ଦମ୍ଦାର୍ ପୋଲିସ୍ ଅଫିସର୍ ଭୂମିକାରେ ଆସିବେ ନଜର । ଯାହା ପାଇଁ କିଛି ଏହିପରି ଲୁକ୍ସ ରହିଛି ରଣବୀର୍ ସିଂଙ୍କର । ସିମ୍ବା ଏକ ତାମିଲ୍ ରିମେକ୍ ସିନେମା ହୋଇଥିବାବେଳେ ଫିଲ୍ମରେ ରଣବୀର୍ଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରୋହିତ୍ ସେଟ୍ଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More