Only for Entertainment

ଦିଲ୍ଲୀରେ ସପିଂ କରୁଥିବା ନଜର ଆସିଲେ ସାରା ଅଲ୍ଲୀ ଖାନ, ଭାଇରାଲ ହେଲା ଫଟୋ !

The Indian Express
0 35

ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାରା ଅଲ୍ଲୀ ଖାନ । ଏବେ ଠାରୁ ସୋସିଆଲ ମିଡିଆରେ ସେ ଖୁବ ଚର୍ଚ୍ଚିତ । କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ନିଜର ଡେବ୍ୟୁ କରିବା ଆରମ୍ଭ କରିଥିଲେ । ଏହି କାରଣରୁ ଅନେକ ସମୟରେ ନିଜର କିଛି ନା କିଛି ଫଟୋ ଶେୟାର କରୁଛନ୍ତି । ସାରା ଏବେ ଦିଲ୍ଲୀରେ ଅଛନ୍ତି ଏବଂ ଦିଲ୍ଲୀରେ ଏକ ଇଭେଂଟରେ ସେ ଭାଗ ନେଇଛନ୍ତି ।
ସମୟ ବାହାର କରି ସାରା ଦିଲ୍ଲୀ ବୁଲିବା ପାଇଁ ଯାଇଥିଲେ । ସେଠାରେ ସେ ଇଣ୍ଡିଆ ଗେଟ ପାଖରେ ଅନେକ ଭିଡିଓ କ୍ଲିକ କରି ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରିଥିଲେ ।

ଏହାବ୍ୟତୀତ ସାରା ତାଙ୍କ ଇନଷ୍ଟଗ୍ରାମରେ ଶେୟାର କରିଛନ୍ତି , ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏଠାରେ ଆମେ କହି ରଖୁଛୁ ଯେ ଖୁବ ଶୀଘ୍ର ସାରା ରଣବୀର ସିଂ ଷ୍ଟାରର ଫିଲ୍ମ ‘ସିମ୍ବା’ରେ ନଜର ଆସିବେ । ଏହା ଟେମ୍ପର ଫିଲ୍ମର ହିନ୍ଦୀ ରିମେକ ଅଟେ । ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୋହିତ ସେଟ୍ଟୀ । ଏହାପରେ ନିର୍ଦ୍ଦେଶକ ଅଭିଶେକ କପୂରଙ୍କ ଫିଲ୍ମ ‘କେଦାରନାଥ’ରେ ମଧ୍ୟ ନଜର ଆସିବେ ସାରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More