Only for Entertainment

ଭାଇଜାନଙ୍କ ପାଇଁ ଅଲୋଡା ହେଲେ ଅରିଜିତ୍ ! ଦୀର୍ଘ ଚାରି ବର୍ଷ ପରେ ବି ଲିଭିନାହିଁ ଉଭୟଙ୍କ ମଧ୍ୟରେ ଥିବା ବିବାଦର ନିଆଁ

Bollywood Bubble
0 49

ବଲିଉଡର ସୁଲତାନ ସଲମାନ ଖାନ ଏବଂ ପ୍ରସିଦ୍ଧ ଗାୟକ ଅରିଜିତ୍ ସିଂଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା କଥା ସମସ୍ତଙ୍କୁ ଜଣା । କିନ୍ତୁ କଛି ଲୋକ ଏହି ବଷୟରେ ଜାଣିନଥିବେ ଯେ ଦୁଇ ଜଣଙ୍କ ମଧ୍ୟରେ ଏହି ମନୋମାଳିନ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ସୂଚନା ଅନୁସାରେ ୨୦୧୬ରେ ଅରିଜିତ ସିଂ ଫେସବୁକରେ ସଲମାନ ଖାନଙ୍କୁ ଫିଲ୍ମ ସୁଲତାନ ପାଇଁ ଗାଇଥିବା ଗୀତ ‘ଜଗ ଘୁମେୟା’କୁ ଫିଲ୍ମରେ ରଖିବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ସଲମାନ ଅରଜିତ ଗାଇଥିବା ଭର୍ସନକୁ ଫିଲ୍ମରୁ ହଟାଇ ଦେଇଥିଲେ । ଏହାପରେ ଅରିଜିତ ସଲମାନଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ଲୋକଙ୍କୁ ଲାଗିଥିଲା ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦୂର ହୋଇଯାଇଥିବ କିନ୍ତୁ ଏପରି କିଛି ହୋଇନାହିଁ । ସଲମାନ ପୁଣିଥରେ ଫିଲ୍ମରୁ ଅରିଜିତଙ୍କ ସ୍ୱରକୁୂ ବାହାରର ରାସ୍ତା ଦେଖାଇଦେଇଛନ୍ତି ।

ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବେ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ୱେଲକମ ଟୁ ନ୍ୟୁୟର୍କ’ର ଗୀତ ‘ନୈନ ଫିସଲ ଗଏ’ ରିଲିଜ ହୋଇଛି । ଏହି ଗୀତରେ ସଲମାନ କାମ କରିଛନ୍ତି କିନ୍ତୁ ସଲମାନ ଫିଲ୍ମର ଅଶଂ ହେବା ଆଗରୁ ଅରିଜିତଙ୍କ ଗୀତକୁ ଫିଲ୍ମରୁ ହଟାଇବା ପାଇଁ କହିଥିଲେ ।

ଏହି ଫିଲ୍ମର ଅନ୍ୟ ଏକ ଗୀତ ‘ଇସ୍ତିହାର’କୁ ପ୍ରଥମେ ଅରିଜିତଙ୍କ ସ୍ୱରରେ ରେକର୍ଡ କରାଯିବାର ଥିଲା କିନ୍ତୁ ସଲାମାନଙ୍କ ମନା କରିବା ପରେ ଏହି ଗୀତକୁ ରାହାତ ଫତେହ ଅଲ୍ଲୀ ସାହାବ ରେକର୍ଡ କରିଥିଲେ । ଏହି ଫିଲ୍ମରେ ସୋନାକ୍ଷୀଙ୍କ ବ୍ୟତୀତ ଦିଲଜିତ ଦେସାଂଜା, କରଣ ଜୋହର, ଋିତେଶ ଦେଶମୁଖ ଏବଂ ବୋମନ ଇରାନୀ ପରି କଳାକାର ମଧ୍ୟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More