Only for Entertainment

୨ଟି ସାପ କାରଣରୁ କରଣଙ୍କ ୧୫ କୋଟି ସେଟରେ ସୃଷ୍ଟିହେଲା କୋଳାହଳ । କଳଙ୍କର ସୁଟିଂ ବନ୍ଦ ।

aajtak
0 47

ବରୁଣ ଧାୱନ ଏବଂ ଅଲିୟା ଭଟ୍ଟ ଏବେ କରଣ ଜୋହରଙ୍କ ଡ୍ରିମ ପ୍ରୋଜେକ୍ଟ ‘କଳଙ୍କ’ର ସୁଟିଂ କରୁଛନ୍ତି । ସୋମବାର ସଂଧ୍ୟାରେ ଦୁଇ ଷ୍ଟାର ସୁଟିଂ କରୁଥିଲେ, ସେହି ସମୟରେ ସୁଟିଂ ସେଟରେ ଦୁଇଟି ସାପ ଦେଖାଗଲେ । ସୁଟିଂରେ ସାପ ଦେଖାଯିବାରୁ କୋଳାହଳ ସୃଷ୍ଟି ହୋଇଗଲା । ଏଥିପାଇଁ କିଛି ସମୟ ପର୍ଯ୍ୟନ୍ତ ସୁଟିଂକୁ ବନ୍ଦ କରି ଦିଆଗଲା । ଏହାପରେ ସେଠାରେ ଥିବା ଲୋକମାନେ ସାପକୁ ନେଇ ଜଙ୍ଗଲରେ ଛାଡ଼ିଦେଲେ । କିଛି ସମୟ ପରେ ସୁଟିଂ ଆରମ୍ଭ ହେଲା ।

ଡେକାନ କ୍ରୋନିକଲ ମିଡିଆ ରିପୋର୍ଟ ଅନୁସାରେ ଏହିଭଳି ସମାନ ଘଟଣା କରଣ ଜୋହରଙ୍କ ଫିଲ୍ମ ‘ମାଇ ନେମ ଇଜ ଖାନ’ର ସୁଟିଂ ସମୟରେ ମଧ୍ୟ ହୋଇଥିଲା । ତେବେ ସମସ୍ତଙ୍କୁ ଆଖି ସାମ୍ନାରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।
କରଣଙ୍କ ମଲ୍ଟି ଷ୍ଟାରର ଫିଲ୍ମ କଳଙ୍କକୁ ଖୁବ ଭୟାବହ କରାଯାଇଛି । ଫିଲ୍ମ ସିଟିରେ ଏକ ବଡ଼ ସେଟ ତିଆରି କରାଯାଇଛି । ଏଥିପାଇଁ ଖୁବ ସିକ୍ୟୁରିଟିର ମଧ୍ୟ ବ୍ୟବସ୍ଥା କରାଯାଇଛି । କାରଣ କେହି ମଧ୍ୟ ସେଟ୍ର ଫଟୋ ଲିକ କରିପାରିବେ ନାହିଁ । ସେଟକୁ ପୁରୁଣା ଦିଲ୍ଲୀ ଭଳି ନିର୍ମାଣ କରାଯାଇଛି । ଫିଲ୍ମ ୧୯୪୦ ମସିହା ସମୟକୁ ନେଇ ନିର୍ମାଣ କରାଯାଇଛି । ଏହି ଫିଲ୍ମ କରଣଙ୍କ ବାପା ୟଶଙ୍କ ପ୍ରୋଜେକ୍ଟ । ତେଣୁ ଏହା ତାଙ୍କ ପାଇଁ ଖୁବ ଗୁରୁତ୍ୱ । ଖୁବ ଭାବନାର ସହ ସେ ଏଥିରେ ଯୋଡ଼ି ହୋଇଛନ୍ତି । ସେ ଏହି ଫିଲ୍ମକୁ ଜୀବନର ସବୁଠାରୁ ସଫଳ କ୍ୟାରିଅର ଭାବେ ନିର୍ମାଣ କରିବାକୁ ଚାହାଁନ୍ତି ।

ଫିଲ୍ମରେ ସଂଜୟ ଦତ୍ତ,ମାଧୁରୀ ଦିକ୍ଷୀତ,ଆଲିୟା ଭଟ୍ଟ,ବରୁଣ ଧାୱନ,ସୋନାକ୍ଷୀ ସୀହ୍ନା ଏବଂ ଆଦିତ୍ୟ ରୟ କପୁର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ସୂଚନା ମୁତାବକ ଏହି ଫିଲ୍ମ ୧୯ ଅପ୍ରେଲ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More