Only for Entertainment

୯ମାସର ହେଲେ ସୋହା ଅଲୀ ଖାନଙ୍କ ଝିଅ, ସେୟାର କଲେ କ୍ୱୁଟ ଫଟୋ

Aaj tak
0 37

ସୋହା ଅଲୀ ଖାନ ଏବଂ କୁନାଲ ଖେମୁଙ୍କ ଝିଅ ଇନାୟା ନାମୀ ଖେମୁ ୨୯ ଜୁନକୁ ୯ ମାସର ହୋଇଛନ୍ତି । ଏହି ମଉକାରେ ସୋହା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଇନାୟାଙ୍କ ଏକ କ୍ୱୁଟ ଫଟୋ ସେୟାର କରିଛନ୍ତି । ଏହା ସହିତ ସୋହା କ୍ୟାପସନରେ ଲେଖିଥିଲେ ଆଜିକୁ ୯ ମାସ ।


ଇନାୟା ଜଣେ କ୍ୱୁଟ କିଡ । ମିଡିଆ ତାଙ୍କୁ ଫୋଲୋ କରୁଥିବା ଦେଖିବାକୁ ମିଳେ । କିନ୍ତୁ ସୋହାଙ୍କୁ ଏହା ପସନ୍ଦ ନହେଁ । ଏକ ଇଣ୍ଟରଭ୍ୟୁରେ ସୋହା କହିଥିଲେ, ମୁଁ ଏପରି ଏକ ଲାଇଫ ଚୟନ କରିଛି ଯେଉଁଥିପାଇଁ ମୋତେ ସବୁବେଳେ ପବ୍ଲିକରେ ରହିବାକୁ ପଡେ । କିନ୍ତୁ ମୋ ଝିଅର କୌଣସି ଭୁଲ ନାହିଁ ମିଡିଆ ତାଙ୍କୁ ଏକା ଛାଡିବା ଦରକାର । ଯେବେ ମୁଁ ଛୋଟ ଥିଲି ମୋ ପଛରେ କୌଣସି ଫଟୋଗ୍ରାଫର ପଡିନଥିଲେ ଏବଂ ମୋ ମା’ ମୋର ପ୍ରତ୍ୟେକ ପ୍ୟାରେଣ୍ଟ-ଟିଚର ମିଟିଂ ଆଟେଣ୍ଡ କରୁଥିଲେ ।

ସୋହାଙ୍କୁ ଅଧିକାଂଶ ସମୟରେ ଝିଅ ଇନାୟାଙ୍କ ସହିତ ସ୍ପଟ କରାଯାଇଥାଏ । ଝଅ ଇନାୟାଙ୍କ ସହିତ ସମୟ ବିତାଇବା ପାଇଁ ଏବଂ ତାଙ୍କର ଯତ୍ନ ନେବା ପାଇଁ ସେ ଏବେ ଫିଲ୍ମ ଦୁନିଆ ଠାରୁ ଦୂରରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More