Only for Entertainment

କପିଲଙ୍କ ସହିତ କରିଥିବା ପ୍ରତିଜ୍ଞାକୁ ପୂରଣ କରିବେ ସୋହେଲ ଖାନ,ସଲମାନଙ୍କ ଫିଲ୍ମରେ ନଜର ଆସିବେ ।

bollywood tadka
0 38

ଶରୀର ଅସୁସ୍ଥ ହେବା ଦିନରୁ କପିଲ ଶର୍ମା ଟିଭି ପରଦାରୁ ଗାୟବ ହୋଇ ଯାଇଛନ୍ତି । ଏହି କଥାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେଉଛିଯେ ସେ ପୁଣିଥରେ କେବେ ପରଦାକୁ ଫେରିବେ । ଏହି ମଧ୍ୟରେ ଏକ ନୂଆ ଖବର ସାମ୍ନାକୁ ଆସିଛିଯେ ସଲମାନ ଖାନ ଖୁବଶୀଘ୍ର ସୋହେଲ ଖାନଙ୍କ ସହିତ ‘ଶେର ଖାନ’ରେ ନଜର ଆସିବେ ।

କପିଲ ଶର୍ମା ସୋହେଲ ଖାନଙ୍କ ଫିଲ୍ମ ‘ଶେର ଖାନ’ରେ ନଜର ଆସିପାରନ୍ତି । ସଲମାନ ରେସ ଥ୍ରିର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ତେବେ ନିଜର ଅପକମିଂ ପ୍ରେଜେକ୍ଟକୁ ନେଇ ସଲମାନ ଆଲୋଚନା କରିଛନ୍ତି । ସେ ଦବଙ୍ଗ ଥ୍ରି,ଭାରତ,କିକ ଟୁ ଏବଂ ରେମୋ ଡିସୁଜାଙ୍କ ଡ୍ୟାନ୍ସିଙ୍ଗ ଫିଲ୍ମ ଓ ଶେର ଖାନରେ ନଜର ଆସିବେ ।

ଫିଲ୍ମ ଶେରଖାନ’ର ନିର୍ମାଣ କରୁଛନ୍ତି ସଲମାନଙ୍କ ଭାଇ ସୋହେଲ ଖାନ । ଏହି ଫିଲ୍ମକୁ ନେଇ ଲମ୍ବା ସମୟ ଧରି ଚର୍ଚ୍ଚା ଜାରି ରହିଥିଲା । ଏହି ପ୍ରକଳ୍ପ ବନ୍ଦ ହୋଇ ଯାଇଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା,କିନ୍ତୁ ସଲମାନଙ୍କ କହିବା ଅନୁସାରେ ଏହାକୁ ବନ୍ଦ ପ୍ରକଳ୍ପ କୁହାଯାଇପାରେନା ।

କିଛି ବର୍ଷ ପୂର୍ବରୁ ସୋହେଲ କପିଲ ଶର୍ମାଙ୍କୁ ଏକ ପ୍ରତିଜ୍ଞା କରିଥିଲେ । ସେହି ସମୟରେ କପିଲ ‘କମେଡ଼ି ସର୍କସ’ରେ ନଜର ଆସୁଥିଲେ । ଏହି ଶୋରେ ସୋହେଲ ଜଜ ଭାବରେ ନଜର ଆସୁଥିଲେ । ଏହି ସମୟରେ ସୋହେଲ କପିଲଙ୍କୁ ପ୍ରୋମିଜ କରିଥିଲେଯେ ସେ କପିଲଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ଶେରଖନ’ରେ ନେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More