Only for Entertainment

‘ତୁମ୍ବାଡ’ ଫିଲ୍ମ ଟ୍ରେଲର ରିଲିଜ, ଦେଖିବାକୁ ମିିଳିବ ଲୋଭ ଏବଂ ଭୟଭରା କାହାଣୀ !

youtube
0 33

ସୋହମ ଶାହ ଏବଂ ଆନନ୍ଦ ଏଲ. ରାୟ ମୋଷ୍ଟ ଆୱେଟେଡ ଫିଲ୍ମ ‘ତୁମ୍ବାଡ’ର ଟ୍ରେଲର ରିଲିଜ ହୋଇଯାଇଛି । କାହାଣୀଟି ପୌରାଣିକ ସସପେନ୍ସ ବୋଲି ଅନୁମାନ ହେଉଛି । ସୋହମ ଶାହ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଟ୍ରେଲରରୁ ଜଣା ପଡୁଛି ଯେ କିଲ୍ଲାରେ ଥିବା ଗୁପ୍ତ ସମ୍ପତ୍ତି ସନ୍ଧାନର କାହାଣୀ ଅଟେ, ଯେଉଁକାରଣରୁ ସମସ୍ତଙ୍କ ମନରେ ଲୋଭ ସୃଷ୍ଟି ହେଉଛି । ଫିଲ୍ମ ବିଷୟରେ ସୋହମ ଆଗରୁ ହିଁ ଟିଜରରେ କହିଥିଲେ । ତାଙ୍କ କହିବା ମୁତାବକ ଏହା ପୃଥିବୀ ଦେବୀଙ୍କ କୋଳ ଅଟେ ।

ଯେତେବେଳେ ବ୍ରାହ୍ମଣଙ୍କ ଆରମ୍ଭ ହୋଇଥିଲା ସେହି ସମୟରେ ଦେବୀ ଏହି କୋଳରେ ୧୬କୋଟି ଦେବାଦେବୀଙ୍କୁ ଜନ୍ମ ଦେଇଥିଲେ । ମାତ୍ର ତାଙ୍କର ସବୁଠାରୁ ଅଧିକ ଭଲ ପାଇବା ଥିଲା ପ୍ରଥମ ସନ୍ତାନ ଉପରେ । ସେ ତାଙ୍କ ମାଁ ଙ୍କ କୋଳରେ ଶୋଇ ରହୁଥିଲେ । ତାଙ୍କ ଅଭିଶାପ ଦୁନିଆଁ ପାଇଁ ବରଦାନ ଥିଲା । ଏହିଭଳି କିଛି ରୋମାଂଚକର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି କାହାଣୀ ।

ଏଠାରେ ଆମେ କହି ରଖୁଛୁ ଯେ ଏହାର କାହାଣୀ ୧୯୨୦ର ଅଟେ । ପୁନେରେ ଏକ ଘଟଣା ଘଟିଥିଲା । ଏକ ପ୍ରତିଷ୍ଠିତ ବ୍ରାହ୍ମଣ ପରିବାର ତିନି ପିଢି ମଧ୍ୟରେ ଏହି କାହାଣୀ ଅଟେ । ଫିଲ୍ମଟି ୧୨ଅକ୍ଟୋବର ୨୦୧୮ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More