Only for Entertainment

ପ୍ରତିଦିନ ଅଫିସରେ କାମ କରି ଏହି ସମସ୍ୟାରେ ପିଡ଼ିତ ହେଉଛନ୍ତି କି? ଜାଣନ୍ତୁ କିଭଳି ପାଇବେ ମୁକ୍ତି ।

32

ଯଦି ଆପଣଙ୍କ କାନ୍ଧ କୌଣସି କାରଣରୁ ଫ୍ରିଜ୍ ହୋଇଯାଉଛି ତେବେ ତାକୁ ଫ୍ରୋଜନ ସୋଲ୍ଡର ବୋଲି କୁହାଯାଇଥାଏ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହା ମଧୁମେୟ ରୋଗର ଏକ ପ୍ରକାର ସଂକେତ ।

ମଧୁମେୟ ସମସ୍ୟା ଉପୁଜିବା ବେଳେ ଶରୀର ଫୁଲିବା, ଖୁବ୍ ମାତ୍ରାରେ ଭୋକ ଲାଗିବା ଆଦି ଅନୁଭବ ହୋଇଥାଏ । ଏହାସହିତ ସବୁଠୁ ବଡ କଥା ହେଲା କାନ୍ଧ ଫ୍ରିଜ୍ ହୋଇଗଲା ଭଳି ପରିସ୍ଥିତି ମଧ୍ୟ ହୋଇଥାଏ । ଫଳରେ ଅନେକ କଷ୍ଟ ମଧ୍ୟ ହୋଇଥାଏ । ଏହି ପରିସ୍ଥିତିରେ ଡାକ୍ତରଙ୍କ କହିବାନୁଯାୟୀ ଅଧିକ ସୁଗର ହାଡ ଉପରେ ପ୍ରଭାବ ପକାଇଥାଏ । ଏହାସହିତ ଅନିୟନ୍ତ୍ରିତ ମଧୁମେୟ କାନ୍ଧ ଫ୍ରିଜ୍ ଏବଂ ବିନ୍ଧା ହେବାର ବଡ କାରଣ ।

ଖାସ୍ କରି ଅଧିକ ବୟସର ଲୋକଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ । ଏଭଳି ସ୍ଥିତିରେ ଫ୍ରୋଜେନ୍ ସୋଲ୍ଡର ସମସ୍ୟାକୁ ବିଲକୁଲ୍ ଅଣଦେଖା କରନ୍ତୁ ନାହିଁ । ଯଦି ବାରମ୍ବାର ଏହି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏଭଳି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ କରିବା ପରେ ହିଁ ନିଜ ଡାଇଟ୍ ପ୍ରତି ଧ୍ୟାନ ଦେବା ଆରମ୍ଭ କରି ଦିଅନ୍ତୁ । ସୁସ୍ଥକର ଖାଦ୍ୟର ଅଭ୍ୟାସ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିବ ।

ଏହା ସହିତ ନିୟମିତ କିଛି ପ୍ରକାରର କାମ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ । ଅଫିସରେ କମ୍ପ୍ୟୁଟର ସାମ୍ନାରେ ବସି କାମ କଲେ ମଧ୍ୟ ଏହା ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More