Only for Entertainment

ମହିଳା ମାନଙ୍କ କିଛି ରୋଷେଇ ଟିପ୍ସ, ଯାହା ଜାଣିବା ନିହାତି ଜରୁରୀ !

38

ପ୍ରତ୍ୟେକ ଦିନ ସମାନ ରକମର ଖାଦ୍ୟ ପ୍ରସ୍ତୁତ କରି ହୁଏତ ଆପଣ ବୋର୍ ହୋଇଯାଇଥାଇ ପାରନ୍ତି । ତେଣୁ କେତେକ ଦରକାରୀ ଟିପ୍ସ ପ୍ରତି ଧ୍ୟାନ ଦେବା ଜରୁରୀ

  •  ଛତୁର ଧଳା ରଙ୍ଗକୁ ଅକ୍ଷୁଣ୍ଣ ରଖିବା ପାଇଁ ସିଝିବା ସମୟରେ ସେଥିରେ ଅଳ୍ପ ଟିକେ ଲେମ୍ବୁରସ ଓ ସାମାନ୍ୟ ଲୁଣ ପକାଇ ଦିଅନ୍ତୁ ।
  • ଭେଣ୍ଡି, ପାଳଙ୍ଗ ଓ କୁନ୍ଦୁରୀ ତରକାରିରେ ଭିନ୍ନତା ଆଣିବା ପାଇଁ ସେଥିରେ ଚିନାବାଦାମର ଗୁଣ୍ଡ ପକାଇ ପାରିବେ ।
  • ଦହିବରା ତିଆରି କଲାବେଳେ ବରାକୁ ଛାଣି ପାଣିରେ ନ ଭିଜାଇ ବଟର ମିଲ୍କରେ ଭିଜାନ୍ତୁ ଏବଂ ତାକୁ ଚିପୁଡି ଦହିରେ ପକାନ୍ତୁ । ଏହା ଅଧିକ ସ୍ୱାଦିଷ୍ଟ ହେବ ।
  • କ୍ଷୀର ଛିଡିଗଲେ ଛେନା ପ୍ରସ୍ତୁତ କରି ସେଥିରେ ଚିନି, ଗୁଜୁରାତି ଗୁଣ୍ଡ, ମଇଦା, ପିଆଜ, କଞ୍ଚାଲଙ୍କା ଓ ସ୍ୱାଦ ଅନୁଯାୟୀ ଲୁଣ ଏବଂ ପାଉଁରୁଟିଗୁଣ୍ଡ ମିଶାଇ ଚକଟି ଦିଅନ୍ତୁ । ଏହାର ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ଛାଣି ଚଟଣି ସହ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ ।
  • ଫ୍ରାଏଡ ରାଇସ୍ ପାଇଁ ଚାଉଳକୁ ପାଣି ପରିବର୍ତ୍ତେ କୋକୋନଟ୍ ମିଲ୍କର ରାନ୍ଧନ୍ତୁ । ସ୍ୱାଦିଷ୍ଟ ଲାଗିବ
  • ମାଛ ବା ପନିପରିବା ତରକାରି ପାଇଁ ସୋରିଷ ପେଷ୍ଟ ତିଆରି କରୁଥିଲେ, ତାର କଡାପଣ ଦୂର କରିବାକୁ ସେଥିରେ ଅଳ୍ପ ଭଜା କିସମିସ୍, ଲଙ୍କା ଓ ଲୁଣ ମିଶାନ୍ତୁ । କଡାପଣ ଦୂର ହୋଇଯିବ ।
  • ଟମାଟୋ ସୁପ ପ୍ରସ୍ତୁତି ସମୟରେ ଅଳ୍ପ ଗାଜର ମିଶାନ୍ତୁ । ଏହାଦ୍ୱାରା ଟମାଟୋର ଖଟାପଣ କମ ହେବା ସହ ସ୍ୱାଦିଷ୍ଟ ତଥା ପୁଷ୍ଟିକର ହେବ ।
  • ଟମାଟୋ ଚୋପା ଭଲ ଭାବରେ ଛଡାଇବା ପାଇଁ ମଝିରୁ ଦୁଇଫାଳ କରି କଟା ଅଂଶକୁ ତଳମୁହାଁ କରି ମାଇକ୍ରୋୱେଭରେ ୨ରୁ ୩ ମିିନିଟ ରଖି ଦିଅନ୍ତୁ । ଚୋପା ସହଜରେ ବାହାରି ଯିବ ।
  • ସୁଗନ୍ଧଯୁକ୍ତ ଭାତ ପ୍ରସ୍ତୁତି ପାଇଁ ଭାତ ହୋଇଯିବା ପରେ ତା ଉପରେ ଗୋଲାପ ପାଖୁଡା କିମ୍ବା ଭୃସଙ୍ଗପତ୍ର ପକାଇ ଢାଙ୍କି ଦିଅନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More