Only for Entertainment

କୁମାର ପୂର୍ଣ୍ଣିମାରେ ଲକ୍ଷ୍ମୀଙ୍କ କୃପା ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ, ବଦଳିଯିବ ଭାଗ୍ୟ

Maa Durga wallpaper
61

ଆଶ୍ୱିନ ମାସରେ ପଡୁଥିବା ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଧର୍ମଶାସ୍ତ୍ର ଅନୁସାରେ ଏହି ଦିନ ଚନ୍ଦ୍ରରୁ ଅମୃତ ବର୍ଷା ହୋଇଥାଏ। କୁହାଯାଏ ଏହି ଦିନ ମା’ ଲକ୍ଷ୍ମୀ ଧରାପୃଷ୍ଠରେ ବିଜେ କରନ୍ତି ଏବଂ ଭକ୍ତଙ୍କ ମନୋକାମନା ପୂରଣ କରନ୍ତି। ଏହି ଦିନ କିଛି ବିଶେଷ ଉପାୟ ପାଳନ କଲେ ମା’ ଲକ୍ଷ୍ମୀ ଭକ୍ତଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ଓ ଭାଗ୍ୟ ବଦଳାଇ ଦେଇଥାଆନ୍ତି। ଆସନ୍ତୁ ଜାଣିବା କିଛି ଉପାୟ ଯାହାକୁ କୁମାର ପୂର୍ଣ୍ଣିମାରେ ଆପଣେଇ ଆପଣ ନିଜର ଭାଗ୍ୟ ବଦଳାଇପାରିବେ।

  • ଧନ ପ୍ରାପ୍ତି ପାଇଁ କୁମାର ପୂର୍ଣ୍ଣିମା ଦିନ କୁମାରୀ କନ୍ୟାଙ୍କୁ କ୍ଷୀରରେ ପ୍ରସ୍ତୁତ ଖିରି ଖୁଆନ୍ତୁ। ଏହା ସହିତ ଅଳ୍ପ ଚାଉଳକୁ କ୍ଷୀରରେ ଧୋଇ ପାଣିରେ ଭସାଇ ଦିଅନ୍ତୁ।
  • ଏହି ଦିନ ଅଳ୍ପ ଦହିକୁ ଘିଅ ସହ ମିଶାଇ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ଦାନ କରନ୍ତୁ। ଏପରି କଲେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ବୋଲି କୁହାଯାଏ।
  • ଚାକିରିରେ ପ୍ରମୋସନ୍ ଚାହୁଁଥିଲେ ଏହି ଦିନ କ୍ଷୀର,ଚାଉଳ ଦାନ କରନ୍ତୁ। ଏପରି କଲେ ଖୁବ୍‌ଶୀଘ୍ର ଚାକିରିରେ ପଦୋନ୍ନତି ହୋଇଥାଏ। ଏହା ସହ ଏହି ଦିନ କ୍ଷୀର,ଚାଉଳ ଦାନ କଲେ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ।
  • ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଏହି ଦିନ ଲକ୍ଷ୍ମୀ ମନ୍ଦିରରେ କ୍ଷୀର ଓ ଗୁଡ଼ ଦାନ କରନ୍ତୁ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More