Only for Entertainment

ସେରୱାନୀ ସହିତ ସ୍ପୋର୍ଟସ୍ ସୁ ପିନ୍ଧି ଟ୍ରୋଲ ହେଲେ ସୋନମଙ୍କ ପତି ଆନନ୍ଦ ଆହୁଜା, ଲୋକେ ଦେଲେ ଏପରି କମେଣ୍ଟ

Hindustan Times
0 53

ବଲିଉଡ ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ବିବାହ ମଙ୍ଗଳବାର ଦିନ ଶିଖ ରୀତି ନୀତିରେ ଅନୁଷ୍ଠିତ ହୋଇଯାଇଛି । ଏହାପରେ ରାତିରେ ସୋନମଙ୍କ ବିବାହ ଭୋଜି ‘ଦ ଲୀଲା’ ହୋଟେଲରେ ଆୟୋଜନ କରାଯାଇଥିଲା । ହୋଟେଲରେ ପହଁଚିବା ପରେ ସୋନମ ଏବଂ ଆନନ୍ଦ ମିଡିଆ ସାମ୍ନାରେ ଫଟୋ ସୁଟ କରିଥିଲେ ।

ବିବାହ ପରି ରିସେପ୍ସନରେ ମଧ୍ୟ ସୋନମ ଖୁବ ସୁନ୍ଦର ଲାଗୁଥିଲେ । ଅନ୍ୟପକ୍ଷରେ ତାଙ୍କ ପତି ଆନନ୍ଦ ଆହୁଜା ମଧ୍ୟ ବ୍ଲାକ୍ ସେରୱାନୀରେ ହ୍ୟାଣ୍ଡସମ ଲାଗୁଥିଲେ । କିନ୍ତୁ ଆନନ୍ଦ ସେରୱାନୀ ସହିତ ସ୍ପୋର୍ଟସ ସୁ ପିନ୍ଧିଥିଲେ । ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

ବିବାହ ପାର୍ଟିରେ ସୋନମ ଏବଂ ଆନନ୍ଦଙ୍କ ଉପରେ ସମସ୍ତଙ୍କର ନଜର ରହିଥିଲା । ତେବେ ଆନନ୍ଦଙ୍କ ଜୋତା ଉପରେ ନଜର ପଡିବା ମାତ୍ରେ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାକୁ ଲାଗିଲେ ।

ଉଲ୍ଲେଖଯୋଗ ଯେ, ଆନନ୍ଦ ଦିଲ୍ଲୀର ଜଣେ ବ୍ୟବସାୟୀ । ଦୁହେଁ ୪ ବର୍ଷ ରିଲେସନସିପରେ ରହିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More