Only for Entertainment

ସୋନମ-ଆନନ୍ଦଙ୍କ ବିବାହ ପାର୍ଟିରେ ଦେଖିବାକୁ ମିଳିଲା ରଣବୀର-ଆଲିୟାଙ୍କ ଜବରଦସ୍ତ କେମେଷ୍ଟ୍ରୀ

Zee News
0 40

ବଲିଉଡର ଷ୍ଟାଇଲିସ ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଆହୁଜା ମଙ୍ଗଳବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ରାତିରେ ଆୟୋଜନ କରାଯାଇଥିବା ବିବାହ ଭୋଜିରେ ଅନେକ ବଲିଉଡ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା ।

alia

ତେବେ ଏହି ବିବାହ ପାର୍ଟିରେ ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ଉପରେ ମସ୍ତଙ୍କର ନଜର ରହିଥିଲା । ତେବେ କିଛି ଦିନରୁ ଚର୍ଚ୍ଚାରେ ରହିଥିବା ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବଣ୍ଡିଂ ପାର୍ଟିରେ ନଜର ଆସିଥିଲା ।

alia1

ସୋନମଙ୍କ ବିବାହ ପାର୍ଟିରେ ରଣବୀର କପୁର ଏବଂ ଆଲିୟା ଭଟ୍ଟ ଏକା ସହିତ ପହଁଚିଥିଲେ । ଏବଂ ଷ୍ଟାଇଲିସ ଅନ୍ଦାଜରେ ପୋଜ ମଧ୍ୟ ଦେଇଥିଲେ । ପାର୍ଟିରେ ଆଲିୟା ଗ୍ରିନ କଲର ଲେହେଙ୍ଗାରେ ସୁନ୍ଦର ଦେଖାଯାଉଥିବା ବେଳେ ରଣବୀର ହ୍ୱାଇଟ କଲରର କୁର୍ତ୍ତା ଏବଂ ବ୍ଲେଜରରେ ନଜର ଆସିଥିଲେ । ପାର୍ଟିରେ ଦୁହିଁଙ୍କ କେମେଷ୍ଟ୍ରୀ ସ୍ପଷ୍ଟ ଭାବେ ନଜର ଆସିଥିଲା ।

alia3
କହିରଖୁଛୁ ଯେ ବର୍ତ୍ତମାନ ଆଲିୟା ନିଜର ଆଗାମୀ ଫିଲ୍ମ ‘ରାଜି’ର ପ୍ରମୋଶନରେ ବିଜି ଥିବା ବେଳେ ରଣବୀର ସଂଜୟ ଦତ୍ତଙ୍କ ବାୟୋପିକ ‘ସଂଜୁ’ର ଲୁକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଆଲିୟା ଏବଂ ରଣବୀର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ।

ranbir

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More