Only for Entertainment

ପ୍ରଫେସରଙ୍କୁ ବ୍ଲାକ ପାନ୍ଥର ପ୍ରେଜେଂଟେସନ ଦେଇ ବୋକା ବନାଇଲେ ଛାତ୍ର ।

aajtak
0 42

ହଲିଉଡ ଫିଲ୍ମ ବ୍ଲାକ ପାନ୍ଥର ୨୦୧୮ର ସୁପରହିଟ ଫିଲ୍ମ ମାନଙ୍କ ମଧ୍ୟରୁ ଗୋଟିଏ । ଫିଲ୍ମ ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗିବା ଭଳି ପ୍ରଦର୍ଶନ କରିଥିଲା । କିନ୍ତୁ ଜଣେ ଛାତ୍ର ଏହି ଫିଲ୍ମ ଉପରେ ଏକ ପ୍ରେଜେଂଟସନ ପ୍ରସ୍ତୁତ କରି ନିଜ ପ୍ରଫେସରଙ୍କୁ ବୋକା ବନାଇଛନ୍ତି ।

ଛାତ୍ର ଜଣକ ବ୍ଲାକ ପାନ୍ଥର ଉପରେ ପ୍ରସ୍ତୁତ କରାଯାଇଥିବା ଦେଶ ୱକାଣ୍ଡା ଉପରେ ୧୧ ମିନିଟର ଏକ ପ୍ରେଜେଂଟେସନ ପ୍ରସ୍ତୁତ କରିଥିଲେ । ଯଦିଓ ବାସ୍ତବରେ ଏଭଳି କୌଣସି ଦେଶ ନାହିଁ । କିନ୍ତୁ ଆଶ୍ଚଯ୍ୟର କଥା ହେଉଛି ପ୍ରଫେସର ଜଣକ ଏହି କଥାକୁ ସତ ମାନିନେଲେ ।

ଛାତ୍ର ଜଣକ ମାଇକ୍ରୋ ବ୍ଲଗିଙ୍ଗ ସାଇଟରେ ଏହି ବିଷୟରେ କଥା ସେୟାର କରିଥିଲେ । ସେ ପ୍ରଫେସରଙ୍କ ବିଷୟରେ ଏହା କହିଥିଲେଯେ ସେ ଟିଭିରେ କେବଳ ଟେନିସ ଦେଖନ୍ତି ତେଣୁ ଏହି ବିଷୟରେ ସେ କିଛି ଜାଣିନାହାଁନ୍ତି । ଛାତ୍ର ଏହା ମଧ୍ୟ କହିଛନ୍ତିଯେ ପ୍ରଫେସର ସେପର୍ଯ୍ୟନ୍ତ ଏହି କଥା ଜାଣିନଥିଲେ ଯେପର୍ଯ୍ୟନ୍ତ ଆମେ ତାଙ୍କୁ ଏହା କହିନଥିଲୁ ।
ଛାତ୍ର ଜଣକ ଏହା ପୂର୍ବରୁ ଥରେ ସେହି ଦେଶର ନାମ ନେଇଥିଲେ ଏବଂ ଏହା ଉପରେ ପ୍ରେଜେଂଟସନ ପ୍ରସ୍ତୁତ କରିବା କଥା ପ୍ରଫେସରଙ୍କୁ କହିଥିଲେ । କିନ୍ତୁ ପ୍ରଫେସର ଏହି ଦେଶ ବିଷୟରେ ଜାଣିନଥିବାରୁ ଏହା ବିଷୟରେ ଜାଣିବା ପାଇଁ ଉତ୍ସୁକ ଥିଲେ । ତେଣୁ ସେ ଏହି ଦେଶ ବିଷୟରେ ଛାତ୍ର ଠାରୁ ପୂର୍ବରୁ କିଛି ଶୁଣିନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More