Only for Entertainment

‘ସୁଇ ଧାଗା’ର ଲୋଗୋ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ, ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି ଅନୁଷ୍କା ଏବଂ ବରୁଣଙ୍କ ଏହି ଭିଡିଓ ।

ndtv
0 34

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତା ବରୁଣ ଧାୱନଙ୍କ ଆଗାମୀ ଫିଲ୍ମ ‘ସୁଇ ଧାଗା’ ରିଲିଜ ହେବା ପୂର୍ବରୁ ଇଣ୍ଟରନେଟରେ ଛାଇ ରହିଛି । ୟଶ ରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ଏପର୍ଯ୍ୟନ୍ତ ନା ପୋଷ୍ଟର ନା ଟ୍ରେଲର ରିଲିଜ ହୋଇଛି । ଏହାପରେ ମଧ୍ୟ ଫିଲ୍ମର ପ୍ରଥମ ଭିଡିଓ ୟୁଟ୍ୟୁବରେ ନମ୍ବର ଏକରେ ଟ୍ରେଣ୍ଡ କରୁଛି । ମଙ୍ଗଳବାର ବରୁଣ ଏବଂ ଅନୁଷ୍କା ଫିଲ୍ମର ଲୋଗୋ ଭିଡିଓକୁ ସେୟାର କରିଛନ୍ତି । ସେୟାର କରିବାର କିଛି ସମୟ ମଧ୍ୟରେ ଭିଡିଓକୁ ୧୮ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ସୁଇ ଧାଗା ବଲିଉଡର ପ୍ରଥମ ଫିଲ୍ମ ଯାହାର ଲୋଗୋକୁ ଏପରି ଭାବେ ରିଲିଜ କରାଯାଇଛି । ଫିଲ୍ମର ରିଲିଜ ପୂର୍ବରୁ ରିଲିଜ କରାଯାଉଥିବା ଫିଲ୍ମର ଲୋଗୋ, ପୋଷ୍ଟର, ଟିଜର ଏବଂ ଟ୍ରେଲର ଠାରୁ ଏହା ସପୂର୍ଣ୍ଣ ଭିନ୍ନ । ଫିଲ୍ମର ଲୋଗାକୁ କମ୍ପ୍ୟୁଟର ଜରିଆରେ ନୁହେଁ ବରଂ ଏମ୍ରୋଡୋରୀ ଜରିଆରେ ପ୍ରସ୍ତୁତ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟର ହସ୍ତକଳା ଜରିଆରେ ଫିଲ୍ମର ଲୋଗୋକୁ ପ୍ରସ୍ତୁତ କରାଯାଇଛି । ସେହି ରାଜ୍ୟ ଗୁଡିକ ହେଉଛି କାଶ୍ମୀର, ଓଡିଶା, ଉତ୍ତର ପ୍ରଦେଶ, ଗୁଜରାଟ ଏବଂ ଆସାମ । ଏହି ଲୋଗ ଗୁଡିକରେ ଭାରତର ପରମ୍ପରା ଏବଂ ହସ୍ତକଳାର ଯାଦୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

ଲୋକେ ଏହି ଲୋଗୋ ଭିଡିଓକୁ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ଶରଦ କଟାରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୮ ସିପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More