Only for Entertainment

ବିବାହ ଉପରୁ ପରଦା ଉଠାଇଲେ ସୁରଭିନ ଚାୱଲା

Bollywood hungama
0 58

ଅନେକ ବଲିଉଡ ଷ୍ଟାର ଲୁଚାଛପା ଭାବେ ବିବାହ କରୁଥିବା ଦେଖିବାକୁ ମିଳିଛି । ବିବାହ ପରେ ଏହି ବିଷୟରେ ସୂଚନା ଦେଇଥାନ୍ତି । କିଛି ଦିନ ପୂର୍ବରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଇଟାଲୀର ଟସ୍କନୀରେ ଲୁଚାଛପା ଭାବେ ବିବାହ କରିଥିଲେ । ଏହାପରେ ଆଉ ଏକ ଅଭିନେତ୍ରୀ ନିଜର ସିକ୍ରେଟ ବିବାହ ଉପରୁ ପରଦା ଇଠାଇଛନ୍ତି । ଏହି ଅଭିନେତ୍ରୀ ଜଣକ ଦେଉଛନ୍ତି ‘ହେଟ ଷ୍ଟୋର ୨’ର ବୋଲ୍ଡ ନାୟିକା ସୁରଭିନ ଚାୱଲା । ସେ ଟୁଇଟର ଆକାଉଂଟ ରେ ତାଙ୍କ ସ୍ୱାମୀଙ୍କ ସହିତ ଏକ ଫଟୋ ଶେୟାର କରି ବିବାହ ବିଷୟରେ ସୂଚନା ଦେଇଥିଲେ । ଫଟୋରେ ସୁରଭିନ ଲାଲ ରଙ୍ଗର ଗାଉନ ପିନ୍ଧି ସ୍ୱାମୀ ଅକ୍ଷୟ ଠକ୍କରଙ୍କ ସହିତ ପୋଜ ଦେଉଥିବା ଦେଖିବାକୁ ମିଳିଛି ।

ଏକ ସୂତ୍ରରୁ ପ୍ରକାଶ କରାଯାଇଛି ଯେ ସୁରଭିନ ୨୮ ଜୁଲାଇ ୨୦୧୫ରେ ଅକ୍ଷୟଙ୍କ ସହିତ ଉତ୍ତର ଇଟାଲୀ ରେ ବିବାହ କରିଥିଲେ । ଦୁଇ ଜଣ ପରସ୍ପରକୁ ଏକ କମନ ବନ୍ଧୁ ଜରୀଆରେ ୨୦୧୩ରେ ଜାଣିଥିଲେ । ଏହାପରେ ୨୦୧୫ରେ ଦୁଇ ଜଣ ପରିବାର କିଛି ଲୋକ ଓ ଫିଲ୍ମ ଇଣ୍ଡଟ୍ରୀର ଅଳ୍ପ କିଛି ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ କରିଥିଲେ । ସୁରଭିନଙ୍କ ସ୍ୱପ୍ନ ଥିଲା ସେ କାଷ୍ଟେଲ ପାଖରେ ଥିବା ଚାପେଲରେ ବିବାହ କରିବେ ସେଥିପାଇଁ ସେ ଇଟାଲୀକୁ ବାଛିଥିଲେ ।

ସୂଚନା ଅନୁସାରେ ଅକ୍ଷୟ ଠକ୍କର ଜଣେ ବିଜନେସମ୍ୟାନ । ସୁରଭିନ ଏଥିପ୍ରତି ଖାସ ଧ୍ୟାନ ଦେଇଥିଲେ ଯେମିତି ତାଙ୍କ ବିବାହ ଖବର ଲିକ ନହେଉ । ବିରାଟ ଅନୁଷ୍କାଙ୍କ ପରେ ଇଲିଆନା ସିକ୍ରେଟ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏହାପରେ ସୁରଭିନ ମଧ୍ୟ ଏହିପରି ଭାବରେ ବିବାହ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More