Only for Entertainment

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

horoscopezodiacpro
0 46

ମେଷ: ଆପଣଙ୍କ ମନୋବଳ ଦୃଢ ରହିବ । ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ । ମିତ୍ରଙ୍କ ପୂରା ସହଯୋଗ ପାଇବେ । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ । ଘରର ବାତାବରଣ ଆନନ୍ଦଉଲ୍ଲାସ ରହିବ । ଶୁଭରଙ୍ଗ-ଫିକା ହଳଦିଆ ।

ବୃଷ: ଅନ୍ୟମାନଙ୍କ କଥା ଶୁଣନ୍ତୁ, ହେଲେ ନିଜ ବିବେକରେ କାମ କରନ୍ତୁ । ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ । ଅଫିସରେ କୌଣସି ବିଷେଶ କାମ ପାଇଁ ଆପଣଙ୍କୁ ଡାକରା ମିଳିବ । ପତ୍ନୀଙ୍କ ସହିତ ମନୋମାଳିନ୍ୟ ହେଇପାରେ । ଶୁଭରଙ୍ଗ-ବାଦାମୀ

ମିଥୁନ: ଆପଣଙ୍କର ସକାରାତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । ଚାକିରିରେ ଉନ୍ନତି ଯୋଗ ରହିଛି । ବ୍ୟବସାୟରେ ବିକ୍ରି ବଢିବ ଓ ଲାଭ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଖୁବ ଭଲ ରହିବ । ଶୁଭରଙ୍ଗ- ଧଳା

କର୍କଟ: ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ଆପଣ କିଛି ନୂଆ କରି ଦେଖାଇବା ଲାଗି ଯୋଜନା କରିପାରନ୍ତି । ବିବାଦ ସମାଧାନ କରିବାରେ ସଫଳତା ପାଇବେ । ଆପଣଙ୍କୁ ଶିକ୍ଷକଙ୍କ ପୂର୍ଣ୍ଣ ସହେଯାଗ ମିଳିବ । ଶୁଭରଙ୍ଗ- ଧଳା

ସିଂହ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି । ଝଗଡାକୁ ସମାପ୍ତ କରିବାକୁ ଚେଷ୍ଟା କରିବେ ଏବଂ ସଫଳ ହେବେ । କ୍ୟାରିୟର ଗଢିବା ପାଇଁ ଭଲ ଅବସର ମିଳିବ । ପାରିବାରିକ ଜୀବନରେ ସୁଖୀ ରହିବେ । ଶୁଭରଙ୍ଗ- ଲାଲ

କନ୍ୟା: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ଶିକ୍ଷା ଲାଭ କରିବେ । ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ଜମି ନେଣଦେଣ ଲାଭ ହେବ । ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ । ଶୁଭରଙ୍ଗ- ଘିଅ ରଙ୍ଗ ।

ତୁଳା: କୌଣସି ନୂଆ ଅବସର ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ । ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ଚାକିରିରେ ସରାରତ୍ମକ ପରିବର୍ତ୍ତନ ହୋଇପାରେ । ପ୍ରେମ ସଂପର୍କରେ ସଫଳତା ପାଇବେ । ଶୁଭରଙ୍ଗ-ଧଳା ।

ବିଛା: ସୁଖ ସୌଭାଗ୍ୟ ବୃଦ୍ଧି ହେବ । କାନୁନ ବିବାଦ ସମାପ୍ତ ହୋଇପାରେ । ଆୟ ବୃଦ୍ଧିର ସୁଯୋଗ ଆସିବ । ଚାକିରି ଖୋଜିଥିବା ବ୍ୟକ୍ତି ଭଲ ଚାକିରି ପାଇବେ । ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇପାରିବେ । ଶୁଭରଙ୍ଗ- ଧଳା ।

ଧନୁ: ଆପଣଙ୍କ ଅକାଗ୍ରତା ବୃଦ୍ଧି ହେବ । ଅଟକିଥିବା ପିଇସା ମିଳିପାରେ । ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧରେ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ । ପରିବାରରେ ଖୁସିର ବାତାବରଣ ରହିବ । ଶୁଭରଙ୍ଗ- ଘିଅ ରଙ୍ଗ ।

ମକର: ଭାବନାକୁ ସକାରାତ୍ମକ ରଖନ୍ତୁ, ସଫଳତା ପାଇବେ । ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । କାହାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ଶୁଭରଙ୍ଗ-ମେରୁନ ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଲାଭ ଓ ଉନ୍ନତି ଆଣିବ । ଆପଣଙ୍କ ପ୍ରତିଭା ଅନୁସାରେ ଆପଣଙ୍କୁ ଯଥେଷ୍ଟ ସଫଳତା ମିଳିବ । ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବଢିବ । ଶୁଭରଙ୍ଗ- ଧଳା ।

ମୀନ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ । କାମରେ ଆପଣଙ୍କର ଆତ୍ମବିଶ୍ୱାସର ଝଲକ ଦେଖାଯିବ । ରାଜନୀତିରେ ମହତ୍ତ୍ୱାକାଂକ୍ଷା ପୂରା ହେବ । ବିରେଧୀଙ୍କୁ ପରାସ୍ତ କରିବେ । ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ । ଶୁଭରଙ୍ଗ- ଗୋଲାପୀ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More