Only for Entertainment

କୃଭେପୁଙ୍କୁ ଡୁଡଲ କରି ଜନ୍ମଦିନରେ ମନେପକାଇଲା ଗୁଗଲ ।

kanak news
0 54

ବିଶ୍ୱର ସର୍ବ ବୃହତ ସର୍ଚ୍ଚ ଇଂଜିନ ଗୁଗଲ ପୁଣିଥରେ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ଡୁଡଲରେ ସ୍ଥାନ ଦେଇଛି । ଆଜି ଗୁଗଲ କନ୍ନଡ ଭାଷାର କବି କୃପାଲୀ ଭେଙ୍କଟପ୍ପା ପୁଟପ୍ପାଙ୍କ ୧୧୩ ଜନ୍ମ ବର୍ଷିକରେ ଡୁଡଲ କରି ସମ୍ମାନୀତ କରିଛି । ସେ କୃଭେପୁ ନାମରେ ମଧ୍ୟ ପରିଚିତ । ତାଙ୍କର ଜନ୍ମ ୨୯ ଡିସେମ୍ବର ୧୯୦୪ରେ ମୈସୁରର କୋପ୍ପା ତାଲୁକ ଠାରେ ହୋଇଥିଲା । ସେ କନ୍ନଡ ଭାଷାରେ ଅନେକ କବିତା, କାହାଣୀ, ଉପନ୍ୟାସର ରଚନା କରଛନ୍ତି । ସେ କନ୍ନଡ ଭାଷାର ପ୍ରଥମ ଲେଖକ ଭାବେ ଜ୍ଞାନପୀଠ ପୁରଷ୍କାରରେ ସମ୍ମାନୀତ ହୋଇଥିଲେ । କେବଳ ଏହା ନୁହେଁ ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କର୍ନାଇ ତାଙ୍କ ଉପରେ ଫିଲ୍ମ ମଧ୍ୟ ନିର୍ମାଣ କରିଥିଲେ ।

କୃଭେପୁ ରାମାୟଣକୁ ନୂଆ ରୂପରେ ବ୍ୟାଖ୍ୟା କରିବା ପାଇଁ ବେଶ ଜଣାଶୁଣା । ସେ ତାଙ୍କର ପୁସ୍ତକ ‘ଶ୍ରୀ ରାମାୟଣ ଦର୍ଶନମ’ ଜରୀଆରେ ରାମାୟଣକୁ ଆଧୁନିକ ରୂପରେ ଦର୍ଶାଇ ଥିଲେ । ଯାହାକୁ ଖୁବ ପସନ୍ଧ କରାଯାଇଥିଲା । ତାଙ୍କୁ ୧୯୮୮ରେ ପଦ୍ମ ବିଭୁଷଣରେ ସମ୍ମାନୀତ କରାଯାଇଥିଲା । ସେ କର୍ଣ୍ଣାଟକର ରାଜ୍ୟ ଗୀତ ‘ଜୟ ଭାରତର’ ମଧ୍ୟ ରଚନା କରିଥିଲେ ।

୧୯୯୯ ରେ କୃଭେପୁଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା । ଏହି ଫିଲ୍ମର କାହାଣୀ ସ୍ୱାଧୀନତା ପୂର୍ବର ଏକ ପରିବାର ଉପରେ ଆଧାରିତ ହୋଇଥିଲା । ୨୦୦୦ରେ ଏହି ଫିଲ୍ମ କନ୍ନଡର ବେଷ୍ଟ ଫିଚର ଫିଲ୍ମ ଭାବେ ରାଷ୍ଟ୍ରୀୟ ଫିଲ୍ମ ପୁରଷ୍କାର ଜିତି ଥିଲା । ସବୁଠାରୁ ବଡ କଥା ଏହା କି ଫିଲ୍ମ ରିଲିଜ ହେବା ପରେ ଏହି ଉପନ୍ୟାସର ଲୋକପ୍ରୟତା ବୃଦ୍ଧି ହୋଇଯାଇଥିଲା । ଏବଂ ଏହି ଉପନ୍ୟାସର ୨୦୦୦ ପୁସ୍ତକ ରିପ୍ରିଂଟ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More