Only for Entertainment

୮ ବର୍ଷ ପରେ ପରଦାକୁ ଫେରିବେ ଅଭିନେତ୍ରୀ ସୁଷ୍ମିତା ସେନ, ଆରମ୍ଭ କରିଲେଣି ପ୍ରସ୍ତୁତି ।

yoy tube
0 39

୨୦୧୦ରେ ଅକ୍ଷୟ ଖନ୍ନା ଏବଂ ଅନିଲ କପୁରଙ୍କ ଫିଲ୍ମ ‘ନୋ ପ୍ରବ୍ଲମ’ରେ ନଜର ଆସିଥିଲେ ଅଭିନେତ୍ରୀ ସୁଷ୍ମିତା ସେନ । ଏବେ ଲମ୍ବା ସମୟ ବ୍ୟବଧାନ ପରେ ବଡ ପରଦାକୁ ଫେରୁଛନ୍ତି ସେ । କିନ୍ତୁ ଏହାକୁ ନେଇ ସୁଷ୍ମିତା କୌଣସି ଖୁଲାସା କରିନାହାଁନ୍ତି । ଖବର ଶୁଣିବାକୁ ମିଳୁଛି ଯେ ଫର୍ମର ମିସ ୟୁନିଭର୍ସ ନିଜର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସୁଷ୍ମିତା ଏକ ଦମଦାର ଭୂମିକା ସହିତ ପରଦାକୁ ଫେରୁଛନ୍ତି । ଏହାର ସୁଟିଂ ଚଳିତ ବର୍ଷ ଶେଷ ଆଡକୁ ଆରମ୍ଭ ହୋଇପାରେ ।

ରିପୋର୍ଟ ଅନୁସାରେ ସୁଷ୍ମିତା ଏକ ସ୍ମଲ ଟାଉନ ଷ୍ଟୋରୀରେ ଲିଡ ରୋଲରେ ନଜର ଆସିବେ । ମଧ୍ୟପ୍ରଦେଶକୁ ବ୍ୟାକଡ୍ରପରେ ଏହା ଏକ କ୍ରାଇମ ବେସଡ୍ ଫିଲ୍ମ ହେବ । ଏହି ଫିଲ୍ମରେ ସୁଷ୍ମିତା ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଏହି ଭୂମିକା ପାଇଁ ମେକର୍ସ ଏକ ବର୍ଷ ପୂର୍ବରୁ ସୁଷ୍ମିତାଙ୍କୁ ଆପ୍ରୋଚ କରିଥିଲେ ।

 


କହିରଖୁଛୁ ଯେ, ଅଭିନେତ୍ରୀ ସୁଷ୍ମିତା କିଛି ଦିନ ହେବ ନିଜର ଏକ୍ସରସାଇଜ ଭିଡିଓ ସେୟାର କରୁଛନ୍ତି । ଏହାକୁ ଦେଖିଲେ ଲାଗୁଛି ପୋଲିସ ଭୂମିକା ପାଇଁ ସେ ଜୋରଦାର ପ୍ରସ୍ତୁଚି ଆରମ୍ଭ କରିଦେଇଛନ୍ତି । ତେବେ ଦେଖାଯାଉ ଏହା କେତେ ଦୂର ସତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More