Only for Entertainment

କାହିଁକି ବାରମ୍ବାର ଏଭଳି ମେସେଜ ପୋଷ୍ଟ କରୁଛନ୍ତି ବଏଫ୍ରେଣ୍ଡ ରୋହମନ? କ’ଣ ସତରେ ବ୍ରେକ ଅପ କରିଦେଲେ ସୁଷ୍ମିତା?

28

ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନ୍ ପ୍ରାୟତଃ ବଏଫ୍ରେଣ୍ଡ ରୋହମନ ଶଲଙ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହା ମଧ୍ୟ ସମସ୍ତେ ଜାଣନ୍ତିଯେ ବହୁ ଦିନ ହେବ ସୁଷ୍ମିତା ମଡେଲ ରୋହମନଙ୍କ ସହିତ ସଂପର୍କରେ ଅଛନ୍ତି । ଯଦିଓ ଖୋଲାଖୋଲି ଭାବରେ ଏହି ଦୁଇଜଣ କେବେ ମଧ୍ୟ ମିଡିଆ ସାମ୍ନାରେ ନିଜ ସଂପର୍କ ବିଷୟରେ କହିନାହାଁନ୍ତି ତଥାପି ସୋସିଆଲ ମିଡିଆରେ ପରସ୍ପର ପ୍ରତି ପ୍ରେମ ଦେଖାଇବାକୁ କେବେ ମଧ୍ୟ ପଛାନ୍ତି ନାହିଁ । କିନ୍ତୁ ଏବେ ଦୁଇଜଣଙ୍କୁ ନେଇ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଖବର ଅନୁସାରେ ଦୁଇଜଣଙ୍କର ବ୍ରେକ ଅପ ହୋଇଯାଇଛି । ବ୍ରେକ ଅପ ବିଷୟରେ ନିଜେ ରୋହମନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

 

 

ରୋହମନ ସୋସିଆଲ ମିଡିଆରେ କେତେକ ଷ୍ଟାଟସ ପୋଷ୍ଟ କରିଛନ୍ତି । ଯେଉଁଥିରୁ ସ୍ୱଚ୍ଛ ଭାବରେ ଜଣାପଡ଼ୁଛି ଦୁଇଜଣଙ୍କ ମଧ୍ୟରେ କିଛି ଠିକ ନାହିଁ । ବାସ୍ତବରେ ଷ୍ଟାଟସରେ ରୋହମନ ଲେଖିଛନ୍ତି ହେ ତୁମେ, ମୁଁ ତୁମ ସହିତ କଥା ହେଉଛି, କ’ଣ ତୁମକୁ ଚିନ୍ତିତ କରୁଛି? ଆସ, ମୁଁ ତୁମ କଥା ଶୁଣିବି, ୨୪ ଘଂଟା । ଏହି ଭଳି ସେ କେତେକ ଷ୍ଟାଟସ ପୋଷ୍ଟ କରିଛନ୍ତି ।

କହିରଖୁଛୁ ରୋହମନ ଏବଂ ସୁଷ୍ମିତାଙ୍କ ସାକ୍ଷାତ ସୋସିଆଲ ମିଡିଆ ଜରିଆରେ ହୋଇଥିଲା । ଏକ ଇଂଟରଭ୍ୟୁରେ ରୋହମନ ନିଜେ ଏହି କଥା କହିଥିଲେ । କେବଳ ସେତିକି ନୁହେଁ ରୋହମନ ଶଲ ସୁଷ୍ମିତା ସେନଙ୍କ ଠାରୁ ୧୫ ବର୍ଷ ସାନ । ତେବେ ରୋହମନଙ୍କ କଥାର କୌଣସି ଉତ୍ତର ଦେଇନାହାଁନ୍ତି ସୁଷ୍ମିତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More