ଟିଭି ଅଭିନେତ୍ରୀ ରୁବିନା ଦିଲାୟକ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ରୁବିନା ତାଙ୍କର ଲଙ୍ଗ ଟାଇମ ବୟଫ୍ରେଣ୍ଡ ଅଭିନବ ଶୁକ୍ଲାଙ୍କ ସହିତ ଶିମଲାରେ ବିବାହ କରିବେ । ଏହି ବିବାହ ପଂଜାବୀ ଏବଂ ହିମାଚଳୀ ରିତି ନିତିରେ ହେବ ।
ବିବାହ ପୂର୍ବରୁ ଗତକାଲି ସଙ୍ଗୀତ ଏବଂ ମେହେନ୍ଦୀର କାର୍ଯ୍ୟକ୍ରମ ହୋଇଥିଲା । ମେହେନ୍ଦୀ ଏବଂ ସଙ୍ଗୀତ ର କିଛି ଫଟୋ ରୁବିନା ଫ୍ୟାନ୍ସ ମାନଙ୍କ ପାଇଁ ସେୟାର କରିଛନ୍ତି । ସଙ୍ଗୀତ ଫଙ୍କସନରେ ରୁବିନା ଅଲିଭ ଗ୍ରୀନ କଲର ଲେହେଙ୍ଗା ପିନ୍ଧିଥିବା ବେଳେ ଅଭିନବ ବ୍ଲୁ କୁର୍ତ୍ତା ସହିତ ହ୍ୱାଇଟ ଜ୍ୟାକେଟରେ ନଜର ଆସିଛନ୍ତି ।
ସଙ୍ଗୀତ ସେରିମୋନିରେ ଦୁହିଁଙ୍କ ଘନିଷ୍ଠ ବନ୍ଧୁ ଶରଦ-କୀର୍ତ୍ତି, ହୁସେନ- ଟିନା, ସୃଷ୍ଟି ରୋଡେ ଏବଂ ଗୌତମ ହେଗଡେ ଆଦି ଯୋଗ ଦେଇଥିଲେ । ଶିମଲାରେ ବିବାହ କରିବା ପରେ ୨୮ ଜୁନରେ ଅଭିନବଙ୍କ ହୋମ ଟାଉନ ଲକ୍ଷ୍ନø ରିସେପସନ ପାର୍ଟିର ଆୟୋଜନ କରାଯିବ ।