Only for Entertainment

ପାୱରଫୁଲ ବିଜନେସ ୱମେନଙ୍କ ଭୂମିକାରେ ନଜର ଆସିବେ ତାପସୀ ପନ୍ନୁ ।

The Asian Age
0 37

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ସୁଜୋୟ ଘୋଷଙ୍କ ଫିଲ୍ମ ‘ବଦଲା’ରେ ଏକ ପାୱରଫୁଲ ବିଜନେସ ଓମେନ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ରିଭେଂଜ ଡ୍ରାମା ଫିଲ୍ମ ପାଇଁ ସେ ସ୍କଟଲାଣ୍ଡର ଗ୍ଲାସଗୋରେ ସୁଟିଂ ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିବେ । କିଛି ଦିନ ପୂର୍ବେ ଦେଶୀ ଗର୍ଲ ଭୂମିକାରେ ଅଭିନୟ କଲା ପରେ ଏକ ପାୱରଫୁଲ ବିଜନେସ ଓମେନର ଭୂମିକା ପାଇଁ ସେ ଖୁବ ଖୁସି ଅନୁଭବ କରିଛନ୍ତି ।

ମୁମ୍ବାଇ ମିରୋରରେ କଥା ହେବା ବେଳେ ତାପସୀ ପନ୍ନୁ କହିଛନ୍ତି ଯେ ସେ କିଛି ମାସ ହେବ ଲଗାତାର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସମସ୍ତ ଫିଲ୍ମରେ ତାଙ୍କ ଲୁକ ଦେଶୀ ଗର୍ଲ ଭଳି ଥିଲା । ମାତ୍ର ଏବେ ସୁଜୋୟ ଘୋଷଙ୍କ ଫିଲ୍ମରେ ଏଭଳି ଭୂମିକା ପାଇଁ ସେ ଖୁବ ଖୁସି ବୋଲି ଜାହିର କରିଛନ୍ତି ।

ଫିଲ୍ମଟି ସ୍କଟଲାଣ୍ଡରେ ଥିବା ଏକ ପାୱର ଫୁଲ ୱମେନଙ୍କ କାହାଣୀ ଅଟେ । ଏହି ଚରିତ୍ର ସୁଜୋୟଙ୍କ ଏବେ ପର୍ଯ୍ୟନ୍ତ ଦେଖାଯାଇଥିବା ମହିଳା ଚରିତ୍ର ମଧ୍ୟରୁ ଭିନ୍ନ ଅଟେ । ଫିଲ୍ମ ଦେଖିଲା ପରେ ଆପଣ ମଧ୍ୟ ଏହା ଅନୁଭବ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More