Only for Entertainment

ମିତାଲୀ ରାଜଙ୍କ ବାୟୋପିକ କରିବାକୁ ଚାହାନ୍ତି ତାପସୀ ପନ୍ନୁ ।

The Indian Express
0 36

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜଙ୍କ ବାୟୋପିକରେ କାମ କରିବାକୁ ଚାହାନ୍ତି । ଯଦିଓ ସେ ଏହା ମଧ୍ୟ କହିଛନ୍ତି ଏହି ଫିଲ୍ମ ରେ ଏବେ କହିବା ଅଯଥା ହେବ । ମିତାଲୀଙ୍କ ବାୟୋପିକ ରାଇଟ୍ସ ମୋଶନ ପିକ୍ଚର ହାସଲ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ମିତାଲୀ ରାଜ ଅନ୍ତରାଷ୍ଟ୍ରୀୟ ମହିଳା କ୍ରିକେଟରେ ସବୁଠାରୁ ଅଧିକ ରନ ବନାଇଥିବା ଖେଳାଳୀ ଅଟନ୍ତି ଏବଂ ସେ ଏକା ମହିଳା ଖେଳାଳୀ ଅଟନ୍ତି ଯିଏ ୱାନ ଡେ ମ୍ୟାଚରେ ୬ହଜାର ରନ କରିଛନ୍ତି । ଖବର ଶୁଣିବାକୁ ମିଳିଥିଲା ଯେ ଫିଲ୍ମ ମେକର ଏହି ଫିଲ୍ମ ପାଇଁ ତାପସୀ ପନ୍ନୁଙ୍କୁ ନେବାକୁ ଚାହୁଁଛନ୍ତି । ଏହି ଫିଲ୍ମ ବିଷୟରେ ଯେତେବେଳେ ତାପସୀଙ୍କୁ ଏକ ସାକ୍ଷାତକାରରେ ପଚରା ଯାଇଥିଲା ତାପସୀ କହିଛନ୍ତି ଏହି ଫିଲ୍ମର ଏବେ ପର୍ଯ୍ୟନ୍ତ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ନାହିଁ ତେଣୁ ଏହି ଫିଲ୍ମ ବିଷୟରେ ଏବେ କିଛି କହି ହେବ ନାହିଁ ।

ଯଦି ତାଙ୍କୁ ଏହି ବାୟୋପିକ ମିଳେ ତେବେ ସେ ଖୁସିି ହେବେ ଏହି ଫିଲ୍ମରେ ଅଭିନୟ କରିବେ, କାରଣ ସେ ବାୟୋପିକରେ ଅଭିନୟ କରିବାକୁ ଚାହୁଁଥିବା କହିଛନ୍ତି । ଏଭଳି ଖବର ମଧ୍ୟ ଶୁଣିବାକୁ ମିଳିଛି ଯେ ତାପସୀ ପନ୍ନୁ ଅନୁରାଗ କଶ୍ୟପଙ୍କ ‘ୱମନିଆ’ରେ ମଧ୍ୟ କାମ କରିପାରନ୍ତି । ଯାହା ରିଅଲ ଲାଇଫ ସାର୍ଫ ସୁଟରଙ୍କ ଜୀବନ ଉପରେ ଆଧାରିତ । ଏବେ ପର୍ଯ୍ୟନ୍ତ ପ୍ରସ୍ତୁତି ଚାଲିଛି । ପ୍ରସ୍ତୁତି ସରିଲେ ଏହି ଫିଲ୍ମର ଅଫିସିଆଲ ଅନାଉସମେଂଟ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More