Only for Entertainment

ପନୀର ଖାଇବା ପାଇଁ ଭଲ ପାଆନ୍ତି କି ? ତେବେ ଟ୍ରାଏ କରନ୍ତୁ ତାୱା ପନୀର

Masterchefu
64

ସାମଗ୍ରୀ-

୨୫୦ ଗ୍ରାମ୍‌ ପନୀର, ୧ ଚାମଚ ଦହି, ଅଧ ଚାମଚ ଜିରା, ଅଧ ଚାମଚ ଜୁଆଣୀ, ଦେଢ଼ ଚାମଚ କସୁରୀ ମେଥି, ୧ଟି ବଡ଼ କଡ଼ା ପିଆଜ, ଖଣ୍ଡେ ଅଦା, ୧ ଚାମଚ କଞ୍ଚା ଲଙ୍କା ପେଷ୍ଟ, ୨ ଚିମୁଟା ହଳଦୀ ଗୁଣ୍ଡ, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଧନିଆ ଗୁଣ୍ଡ, ଅଧ ଚାମଚ ଗରମ ମସଲା ଗୁଣ୍ଡ, ଅଧ କପ୍‌ ଟମାଟୋ ସସ୍‌, ୧ ଚାମଚ କ୍ରୀମ୍‌, ୨ ଚାମଚ ଲେମ୍ବୁ ରସ, ୩ ଚାମଚ ତେଲ, ସ୍ବାଦାନୁସାରେ ଲୁଣ ଓ ସଜାଇବା ଲାଗି ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ-

ଏକ ପାତ୍ରରେ ଦହି ଫେଣ୍ଟି ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ କସୁରୀ ମେଥି ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏଥିରେ କଟା ପନୀର ପକାଇ ୧୦ରୁ ୧୫ ମିନିଟ୍‌ ଯାଏ ମାରିନେଟ୍‌ କରି ରଖନ୍ତୁ। ଏକ ପ୍ୟାନ୍‌ରେ ଅଧ ଚାମଚ ତେଲ ପକାଇ ଏହା ଉପରେ ମାରିନେଟ୍‌ ହୋଇ ରହିଥିବା ପନୀର ପକାଇ ହାଲୁକା ଫ୍ରାଏ କରନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଜିରା ଓ ଜୁଆଣି ପକାଇ ଫୁଟାନ୍ତୁ। ଏବେ ଏଥିରେ ପିଆଜ, କଟା ଅଦା, କଟା ରସୁଣ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ କସୁରୀ ମେଥି ପକାଇ କିଛଇ ସମୟ ଗୋଳାନ୍ତୁ। ଏବେ ଏଥିରେ ଟମାଟୋ ସସ୍‌ ପକାଇ ୬ରୁ ୭ ମିନିଟ୍‌ ଯାଏ ଭାଜନ୍ତୁ। ଏଥିରେ ହାଲୁକା ଭାବେ ଫ୍ରାଏ ହୋଇଥିବା ପନୀର ପକାଇ ଅଧ କପ୍‌ ପାଣି ମିଶାଇ ଧିମା ଆଞ୍ଚରେ ୧୦ ମିନିଟ୍‌ ଯାଏ ସିଝାନ୍ତୁ। ୧୦ ମିନିଟ୍‌ ପରେ ଗରମ ମସଲା ଗୁଣ୍ଡ, ଫ୍ରେଶ୍‌ କ୍ରୀମ୍‌ ପକାଇ ଭଲ ଭାବେ ମିଶାନ୍ତୁ। ଲେମ୍ବୁ ରସ ପକାଇ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ଏବେ ଏହାକୁ ପାତ୍ରକୁ ବାହାର କରି ଧନିଆ ପତ୍ରରେ ସଜାଇ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More