Only for Entertainment

ପତିଙ୍କୁ ବୁୁଝାନ୍ତୁ ପିତା ହେବାର ଦାୟିତ୍ୱ

Vrutika Doshi Photography
0 114

ନାରୀଟିଏ ମା’ ହେବା ପରେ ପରିବାର ଦାୟିତ୍ୱ ଦୁଇଗୁଣା ବଢିଯାଇଥାଏ । ଏମିତିକି ଗର୍ଭବତୀ ହେବା ଦିନରୁ ହିଁ ସେ ମା’ର ସ୍ୱପ୍ନରେ ବିଭୋର ହୋଇଯାଏ । କିନ୍ତୁ ପୁରୁଷଙ୍କୁ ପିତା ହେବା ପାଇଁ ୯ ମାସ ଅପେକ୍ଷା କରିବାକୁ ପଡିଥାଏ । ଡେଲିଭରୀ ପରେ ମାତା-ପିତା ଉଭୟଙ୍କ ପାଇଁ ଦାୟିତ୍ୱ ବଢିଯାଏ । ଏଥିପାଇଁ ଏହା ଜରୁରୀ କି ମା’ ସହିତ ପିତା ମଧ୍ୟ ଶିଶୁର ଜନ୍ମ ପୂର୍ବରୁ ନିଜର ଦାୟୁତ୍ୱକୁ ବୁଝିଯିବା ଉଚିତ ।

ପ୍ରତ୍ୟେକ ପତ୍ନୀ ଚାହିଁଥାନ୍ତି କି ଶିଶୁ ଜନ୍ମ ପରେ ପିଲାର କିଛି ଦାୟିତ୍ୱ ପତି ନିୟନ୍ତୁ । ତେଣୁ ଶିଶୁର ଲଳନ ପାଳନ ଓ ଯତ୍ନ ନେବାର ଦାୟିତ୍ୱ ବିଷୟରେ ପତିଙ୍କୁ ଜଣାନ୍ତୁ । ସେ ବି ଶିଶୁ ହେବାର ସୁଖଦ ଅନୁଭୂତିକୁ ଆପଣଙ୍କ ସହ ବାଣ୍ଟିପାରିବେ । ତେଣୁ ଆପଣ ମଧ୍ୟ ଆପଣଙ୍କ ପତିଙ୍କୁ ପିଲାର ଦାୟିତ୍ୱ ବିଷୟରେ ଭଲ ଭାବରେ ଜଣାନ୍ତୁ ।

ଦାୟିତ୍ୱ କ’ଣ ଅଛି ବୁଝାନ୍ତୁ :

ପରିବାରକୁ ନବଜାତ ଶିଶୁଟିଏ ଆସିବା ପରେ ମା’ ଶିଶୁର ଯତ୍ନ ନେଇଥାଏ । ସେ ଗୃହିଣୀ ହୁଅନ୍ତୁ କିମ୍ବା କର୍ମଜୀବୀ ହୁଅନ୍ତୁ । ଯଦି ଆପଣ ପତିଙ୍କୁ ପୂର୍ବରୁ ପିତା ହେବାର ଦାୟିତ୍ୱ ବିଷୟରେ ବୁଝାନ୍ତି ତେବେ ସେ ଶିଶୁ ପାଇଁ ସମୟ ନିଶ୍ଚିୟ ଦେବେ । ଏହା ବ୍ୟତୀତ ଆପଣ ଅସୁସ୍ଥ ତଥା ଦୁର୍ବଳ ଥିବା ସମୟରେ ମଧ୍ୟ ଶିଶୁଙ୍କୁ ସମ୍ଭାଳିବାରେ ସେ ସହେଯାଗ କରିପାରିବେ ।

ପୂର୍ବପରି ବୁଲନ୍ତୁ ନାହିଁ :

ପତିଙ୍କୁ ଏ କଥା ନିଶ୍ଚୟ ଜଣାନ୍ତୁ କି ଶିଶୁ ଜନ୍ମ ପରେ କୌଣସି ଟ୍ରିପ ଅଚାନକ ପ୍ଲାନ କରିପାରିବେ ନାହିଁ , କାହିଁକି ନା ସେମାନେ ଆଗ ଭଳି ଆଉ ଫ୍ରି ନାହାନ୍ତି । ଏବେ ତାଙ୍କ ଘରକୁ ଶିଶୁଟିଏ ଆସି ଯାଇଛି । ତେଣୁ ଅଚାନକ କେଉଁଆଡେ ବୁଲିବାକୁ ଯାଇପାରିବେ ନାହିଁ କି ସ୍ୱାମୀ ମଧ୍ୟ ଦାୟିତ୍ୱହୀନ ଭାବରେ କେଉଁ ଆଡେ ବୁଲିବାକୁ ଯାଆନ୍ତୁ ନାହିଁ । ଜଣେ ଘର କାମ କରିବା ସମୟରେ ଅନ୍ୟ ଜଣେ ଶିଶୁ ପାଖରେ ରହିବା ଉଚିତ୍ ।

ଘର ଓ ଅଫିସ ଭିତରେ ବାଲାନ୍ସ:

ଅଧିକାଂଶ ସମୟରେ ମହିଳା ପିଲା ଜନ୍ମ ହେବା ପରେ ପତି, ଘର ଓ ଅଫିସ କାମରେ ବାଲାନ୍ସ କରିପାରନ୍ତି ନାହିଁ । ଏଥିପାଇଁ ତାଙ୍କୁ ପ୍ରଥମେ ସ୍ଥିର କିରିବାକୁ ପଡିବ କି ସେ ଅଫିସ ପାଇଁ ଯେତିକି ସମୟ ଦେଉଛନ୍ତି ସେତିକି ସମୟ ଘର ପାଇଁ ମଧ୍ୟ ଦେବା ଉଚିତ । ତେଣୁ ପତିଙ୍କୁ ପିଲାର ଦାୟିତ୍ୱ ରଖିବା ଆବଶ୍ୟକ ।

ବେବିସିଟିଂ କରିବା:

ଆପଣ ପତିଙ୍କୁ ବେବିସିଟିଂ କରିବା ବିଷୟରେ ଶିଖାଇ ହେବା ଉଚିତ । ଏହା ଫଳରେ ଶିଶୁ ନିକଟରେ ପତି ରହିବା ବେଳେ ସେ ମଧ୍ୟ ତାର ଦାୟିତ୍ୱ ସହଜରେ ନେଇପାରିବେ । ଫଳରେ ଆପଣଙ୍କୁ ମଧ୍ୟ କିଛି ସମୟ ମିଳିଯିବ । ଏହା ବ୍ୟତୀତ ପିତା ଓ ଶିଶୁର ସମ୍ପର୍କ ନିବିଡ ହୋଇଯିବ ।

ପରିସ୍ଥିତିକୁ ସାମ୍ନା କରିବା :

ଅଧିକାଂଶ ପୁରୁଷ ଶିଶୁ ଜନ୍ମ ସମୟରେ ମା’ ମାନଙ୍କଠାରୁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡନ୍ତି । ସେମାନଙ୍କର ଡର ରହିଥାଏ କି ସେମାନେ ଛୋଟ ଶିଶୁର ଦାୟିତ୍ୱ ନେଇପାରିବେ କି ନାହିଁ । ଏମିତି ଭାବିବା ଉଚିତ ନୁହେଁ । ଯଦି କୌଣସି କାରଣରୁ ଶିଶୁ ଜନ୍ମ ହେବା ପରେ ମା’ ଅସୁସ୍ଥ ହୋଇପଡିଲେ ତେବେ ପିତା ଶିଶୁର ଯତ୍ନ ନେଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More