Only for Entertainment

ଥାଇ କାଜୁ ଚିକେନ ।

eating thai food
0 90

ଆବଶ୍ୟକୀୟ ସାମଗ୍ରୀ- ୩୦୦ ଗ୍ରାମ ଚିକେନ,୩ କ୍ଲୋଭ ରସୁଣ,୧ ଚାମଚ କ୍ୟାପସିକମ,ପିଆଜ ଶଣ୍ଢା,୨ ଚାମଚ ଫିସ ସସ,୩ ଚାମଚ ତେଲ,୧ଟି ପିଆଜ,ଅଧ କପ କାଜୁ,୨ ଚାମଚ ସଏ ସସ,୨ ଚାମଚ ଚିନି,ଗ୍ରୀନ କ୍ୟାପସିକମ ।

ପ୍ରସ୍ତୁତି ପ୍ରଣଳୀ- ଏକ ବାଉଲରେ ସଏ ସସ,ଫିସ ସସ,ଚିନି ଏବଂ ସାମାନ୍ୟ ଜଳ ପକାନ୍ତୁ । ଚିନି ଭିଜିବା ପର୍ଯ୍ୟନ୍ତ ଭଲ ଭାବରେ ମିଶାନ୍ତୁ । କିଛି ସମୟ ପାଇଁ ରଖି ଦିଅନ୍ତୁ ।

ଏବେ ଏକ ପ୍ୟାନ ବସାଇ ଗରମ କରନ୍ତୁ । ସେଥିରେ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ଚିକେନ ପିସକୁ ପକାନ୍ତୁ । ଦୁଇ ପାଶ୍ୱର୍ ଗୋଲଡେନ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏହାପରେ ଚିକେନକୁ ବାହାର କରନ୍ତୁ । ଏବେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ । ଏହାପରେ କଟା ରସୁଣ,କଟା ପିଆଜ ଓ କ୍ୟାପସିକମ ପକାଇ ଭାଜନ୍ତୁ । ଏହାପରେ କାଜୁ ଏବଂ ପିଆଜ ଶଣ୍ଢା ପକାନ୍ତୁ । ଭଲ ଭାବରେ ଫ୍ରାଏ କରନ୍ତୁ । ଶେଷରେ ଚିକେନକୁ ସେହି ପ୍ୟାନରେ ପକାନ୍ତୁ । ଏହା ଉପରେ ଗ୍ରୀନ ଚିଲି ସସ ଗାର୍ନିସ କରନ୍ତୁ । ଫ୍ରାଏଡ ରାଇସ ସହିତ ସର୍ଭ କରନ୍ତୁ ହଟ ଥାଇ କାଜୁ ଚିକେନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More