Only for Entertainment

ବିଲ ଭିତରେ ବୋଇଂ ବିମାନ! ଗାଁକୁ ଆକର୍ଷଣୀୟ କରିବା ପାଇଁ ବ୍ୟକ୍ତିଙ୍କ ଅଜବ ପ୍ରୟାସ ।

Publicnewsupdate
0 49

ଗ୍ରାମ ନିକଟସ୍ଥ ଏକ ବିଲ ଭିତରେ ହଠାତ ବୋଇଂ ବିମାନ ଥୁଆ ହୋଇଥିବା ଦେଖି ଲୋକମାନେ ଚକିତ ହୋଇପଡିଥିଲେ । ଭାବିଥିଲେ ଅସୁବିଧା କାରଣରୁ ବୋଧହୁଏ ଏତେବଡ ବିମାନଟି ବିଲ ଭିତରେ ଜରୁରୀ ଅବତରଣ କରିଛି । ଗ୍ରାମବାସୀମାନେ ବୋଇଂ ୭୪୭ ବିମାନ ସହ ଫଟୋ ଉଠାଇଥିଲେ । ଦେଖୁ ଦେଖୁ ଏହି ଖବର ଚାରିଆଡେ ଭାଇରାଲ ହୋଇଯାଇଥିଲା । ହେଲେ ବାସ୍ତବରେ ବିଲ ମଧ୍ୟରେ ଏହି ବିମାନ ଥୁଆ ହେବାର କାରଣ ଥିଲା ଭିନ୍ନ ।

thai

ଥାଇଲାଣ୍ଡର ଚାଇ ନେତର ଏକ ଗ୍ରାମରେ ଏହି ଘଟଣା ଏବେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ଲୋକେ ଗ୍ରାମର ବିଲରେ ବିମାନକୁ ଦେଖିବା ପରେ ସେମାନେ ଏହାର କାରଣ ବୁଝି ପାରିଲେ ନାହିଁ । ପରେ ବିଲର ମାଲିକ ଆଣିଥିଲେ ସତ ଘଟଣା । ଜମିର ମାଲିକ ସୋମଚଇ ଫୁକିଇବ କହିଛନ୍ତି ଯେ, ମୁଁ ଏକ ସ୍ଥାନୀୟ ନିଲାମୀ ସଂସ୍ଥାରୁ ଉଡାଣରୁ ହଟାଯାଇଥିବା ଏହି ବିମାନକୁ କ୍ରୟ କରିଛି । ଏହାକୁ ରଖିବାକୁ ସ୍ଥାନ ନଥିବାରୁ ବିଲରେ ରଖିଛି ।

thai3

ଏହା ସହିତ ସେ କହିଛନ୍ତି ପୂର୍ବରୁ ଏହାର ଇଞ୍ଜିନ ଏବଂ କମ୍ପ୍ୟୁଟର ପାର୍ଟସକୁ ହଟାଇ ଦିଆଯାଇଛି । ଆମ ଗାଁ କୁ ଆକର୍ଷଣର କେନ୍ଦ୍ରବିନ୍ଦୁ ବନାଇବା ପାଇଁ ମୁଁ ଏହି ବିମାନକୁ କ୍ରୟ କରିଛି । ଏତେବଡ ବିମାନଟିକୁ ଦେଖିବା ପାଇଁ ଏବେ ଆଖପାଖ ଅଞ୍ଚଳର ଲୋକେ ବେଶ ଭିଡ ଜମାଉଛନ୍ତି ।

thai2

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More