Only for Entertainment

ଓଲିଉଡରେ ବର୍ଷା ନାମରେ ଅଛନ୍ତି ଦୁଇଟି ନାୟିକା, ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ…

Odisha Live
0 167

ଏବେ ବର୍ଷା ଋତୁ ଚାଲିଛି । ଏହି ଅବସରରେ ବା ବର୍ଷାକୁ ଦେଖିଲେ ସେହିଭଳି ନାମଧାରିଣୀ ଯେଉଁ ଓଲିଉଡ ନାୟିକାଙ୍କ କଥା ମନକୁ ଆସେ, ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ…

ବର୍ଷା ପ୍ରିୟଦର୍ଶିନୀ :
ବର୍ଷା ଋତୁରେ ହିଁ ଓଡିଆ ସିନେ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମ ହୋଇଥିଲା । ସେହି କାରଣରୁ ବୋଧହୁଏ ଓଲିଉଡର ଏହି ଲୋକପ୍ରିୟ ନାୟିକାଙ୍କ ନାମକରଣ କରାଯାଇଥିଲା ବର୍ଷା । ବର୍ଷା ପ୍ରିୟଦର୍ଶିନୀ ଶିଶୁ କଳାକାର ଭାବେ ଓଡିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ଗୋଲାମ ଗିରି ଓ ମା’ ଭଳି ସିନେମାରେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ନାୟିକା ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଥମ ଓଡିଆ ସିନେମା ହେଲା ‘ଏ ଯୁଗର କୃଷ୍ଣ ସୁଦାମା’ । ଏହି ସିନେମାରେ ତାଙ୍କର ନାୟକ ଥିଲେ ସୁରଜ କୁମାର । ଏହାପରେ ବର୍ଷା ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସେ ଇତିମଧ୍ୟରେ ୩୦ରୁ ଅଧିକ ସିନେମାରେ ନାୟିକା ଭୂମିକା ନିଭାଇ ସାରିଲେଣି । ତାଙ୍କ ଅଭିନୀତ ‘ନିମକୀ’ ଖୁବ ଶୀଘ୍ର ପରଦାକୁ ଆସିବ ।

ବର୍ଷା ନାୟକ :

barsha1ବର୍ଷା ନାଆଁରେ ଆଉ ଜଣେ ନାୟିକାଙ୍କୁ ବି ଦର୍ଶକ ଭେଟିଛନ୍ତି ପରଦାରେ । ତାଙ୍କର ନାଆଁ ହେଲା ବର୍ଷା ନାୟକ, ସେ ବହୁ ଚର୍ଚ୍ଚିତ ସିନେମା ‘ତୁଳସୀ ଅପା’ରେ ଶୀର୍ଷକ ଭୂମିକା ନିଭାଇଥିଲେ । ଏହି ସିନେମାର ପ୍ରଯୋଜନା କରିଥିଲେ ଅନୁପମ ପଟ୍ଟନାୟକ ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଅମୀୟ ପଟ୍ଟନାୟକ । ବର୍ଷା ନାୟକ ‘ତୁଳସୀ ଅପା’ରେ ଉଚ୍ଚକୋଟିର ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More