Only for Entertainment

ମାଧୁରୀ ଦିକ୍ଷିତଙ୍କ ଗୀତରେ ଜବରଦସ୍ତ ଅଭିନୟ କଲେ ଅଙ୍କିତା ଲୋଖଣ୍ଡେ, ଫ୍ୟାନ୍ସ କହିଲେ’ବସ କର ପଗଲି, ଅବ ରୁଲାଏଗି କ୍ୟା’ !

DNA India
0 42

ଅଙ୍କିତା ଲୋଖଣ୍ଡେଙ୍କ ନାଁ ସେହି ଅଭିନେତ୍ରୀଙ୍କ ନାଁ ସହ ଯୋଡା ଯେ ଛୋଟ ପରଦାର ଗୋଟେ ସିରିୟଲ ତାଙ୍କୁ ରାତାରାତି ବଡ ଷ୍ଟାର କରିଦେଇଛି । ସମୟ ଥିଲା ଟିଭି ପରଦାର ସବୁଠାରୁ ମହଙ୍ଗା ଅଭିନେତ୍ରୀ ଭାବେ ପରିଚିତ ଥିଲେ ଅଙ୍କିତା । ସିରିୟଲ ପବିତ୍ର ରିସ୍ତା’ରେ କୋଟି କୋଟି ଫ୍ୟାନ୍ସ ବନାଇଥିବା ଅଙ୍କିତା ଏବେ ଖୁବ ଶୀଘ୍ର ନିଜର ଡେବ୍ୟୁ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।

 

View this post on Instagram

 

????#mainmadhuridixitbannachahtihoon

A post shared by Ankita Lokhande (@lokhandeankita) on


ଅଙ୍କିତା ‘ମଣିକର୍ଣ୍ଣିକା’ଜରିଆରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି । ଅଙ୍କିତାଙ୍କ ପ୍ରଥମ ଫିଲ୍ମ ବିବାଦକୁ ନେଇ ଆରମ୍ଭରୁ ଶେଷ ଯାଏଁ ଚର୍ଚ୍ଚାର ବିଷୟ ପାଲଟିଛି ।

 

View this post on Instagram

 

???? @madhuridixitnene ?#mainmadhuridixitbannachahtihoon?

A post shared by Ankita Lokhande (@lokhandeankita) on


ଏଠାରେ ଆମେ କହି ରଖୁଛୁ ଯେ ଅଙ୍କିତା ନିଜ ଡେବ୍ୟୁ ପୂର୍ବରୁ ନିଜର ସମ୍ପୂର୍ଣ୍ଣ ସମୟ ନିଜ ସହ ବିତାଉଥିଲେ, ଯାହାଦ୍ୱାରା ତାଙ୍କର କନଫିଡେନ୍ସ ଲେବେଲ ଖୁବ ବୃଦ୍ଧି ପାଇଛି । ଗତକିଛି ଦିନ ହେବ ସେ ତାଙ୍କ ବନ୍ଧୁଙ୍କ ସହ ପ୍ୟାରିସରେ ଛୁଟି ବିତାଇ ଫେରିଛନ୍ତି । ଛୁଟି ସମୟରେ ସେ ଅନେକ ମଜାଦାର ଭିଡିଓ ସୁଟ କରିଥିଲେ । ସେଥିମଧ୍ୟରୁ କିଛି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଭିଡିଓରେ ଅଙ୍କିତା ମାଧୁରୀଙ୍କ ଫିଲ୍ମ ଗୀତକୁ ଅଭିନୟ କରି ଦେଖାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ତେହେଲକା ମଚାଇବାରେ ଲାଗିଛି । ଅଙ୍କିତାଙ୍କ ଏହି ଭିଡିଓକୁ ୟୁଜର୍ସ ଖୁବ ପସନ୍ଦ କରୁଛନ୍ତି ଏବଂ କେହି ଜଣେ କମେଂଟରେ ଲେଖିଛନ୍ତି , ‘ବସ କର ପଗଲୀ, ଅବ ରୂଲାୟେଗି କ୍ୟା’ ।


ଏଠାରେ ଆମେ କହି ରଖୁଛୁ ଯେ ଅଙ୍କିତା ନିଜ ଡେବ୍ୟୁ ଫିଲ୍ମ ‘ମଣିକର୍ଣ୍ଣିକା’ରେ ଝଲକାରୀ ବାଈଙ୍କ ଭୁମିକା ତୁଲାଉଛନ୍ତି । ଏଥିପାଇଁ ସେ ଅନେକ ଦିନ ଧରି ଘୋଡା ଚଢିବା ଶିଖିଥିଲେ । ଏହି ଫିଲ୍ମରେ ରାଣୀ ଲକ୍ଷ୍ମୀବାଇ ଭୁମିକାରେ ନଜର ଆସିବେ କଙ୍ଗନା ରାନାୱତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More