Only for Entertainment

ସାପ କାମୁଡାରେ ହୋଇଥିଲା ମୃତ୍ୟୁ, ୪୦ ବର୍ଷ ପରେ ଫେରିଲେ ଘରକୁ ।

mirror
0 51

ବେଳେବେଳେ ଆମେ ଏପରି କିଛି ଘଟଣା ବିଷୟରେ ଶୁଣିବାକୁ ପାଇଥାଉ ଯାହାକୁ ବିଶ୍ୱାସ କରିବା ଏକ ପ୍ରକାର ଅସମ୍ଭବ । ତେବେ ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବଲିଉଡର କୌଣସି ଫିଲ୍ମର କାହାଣୀ ଠାରୁ କିଛି କମ ନୁହେଁ । ୮୪ବର୍ଷର ଜଣେ ମହିଳା ଅଚାନକ ପହଞ୍ଚିଥିଲେ ନିଜ ଘରେ । ହେଲେ ୪୦ବର୍ଷ ତଳୁ ତାଙ୍କ ପରିବାର ଲୋକେ ମହିଳାଙ୍କୁ ମୃତ ବୋଲି ଗ୍ରହଣ କରିନେଇଥିଲେ । ଏହି ଘଟଣାଟି ଘଟିଥିଲା ଉତ୍ତରପ୍ରଦେଶର କାନପୁର ସହର ନିକଟସ୍ଥ ମଝାଗାଓଁ ଇନାୟତପୁର ଗ୍ରାମରେ ଏହି ଗ୍ରାମର ବିଳାସା ନାମ୍ନୀ ଏହି ମହିଳାଙ୍କୁ ୧୯୬୬ ମସିହାରେ ଏକ ବିଷାକ୍ତ ସାପ ଦଂଶନ କରିଥିଲା ।

ଏହି ମହିଳାଙ୍କ ପ୍ରଥମ ସ୍ୱାମୀଙ୍କ ଔରସରୁ ଦୁଇଟି ସନ୍ତାନ ଏବଂ ଦ୍ୱିତୀୟ ସ୍ୱାମୀଙ୍କ ଔରସରୁ ୪ ସନ୍ତାନ ଥିଲେ । ଦିନେ ରାତିରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ ଦଂଶନ କରିଥିଲା । ପରିବାର ଲୋକେ ଝଡାଫୁଙ୍କା କରିବା ପରେ ସେ ଚେତାରୁ ନଫେରିବାରୁ ମହିଳାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଭାବି ତାଙ୍କୁ ନିକଟସ୍ଥ ନଦୀରେ ଭସାଇ ଦେଇଥିଲେ ।

ରିପୋର୍ଟ ଅନୁସାରେ ପ୍ରକୃତରେ ଏହି ମହିଳାଙ୍କର ମୃତ୍ୟୁ ହୋଇନଥିଲା । ପାଣିରେ ଭାସୁଥିବା ସମୟରେ ପାଖ ଗାଁର ଜଣେ ବ୍ୟକ୍ତି ମହିଳାଙ୍କୁ ଉଦ୍ଧାର କରିଥିଲେ । ହେଲେ ମହିଳା ଜଣଙ୍କ ନିଜ ପୂର୍ବ ବିଷୟ ମନେପକାଇ ପାରିନଥିଲେ । ୪୦ବର୍ଷ ପରେ ହଠାତ ପୁରୁଣା କଥା ମନେପଡିଥିଲା । ସେ ଏ ବିଷୟ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ କହିବା ପରେ ସେମାନେ ମହିଳାଙ୍କୁ ନିଜ ଘରକୁ ଆଣିଥିଲେ । ୪୦ବର୍ଷ ପରେ ନିଜ ମାଆଙ୍କୁ ଦେଖି ପରିବାରରେ ଖୁସିର ମାହୋଲ ଖେଳିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More