Only for Entertainment

ଏହି ହୋଟେଲକୁ ସମଲିଙ୍ଗୀ ମାନଙ୍କୁ ଆସିବା ମନା, ପୁଅ ଝିଅ ମଧ୍ୟ ଏକାଠି ବସିପାରିବେ ନାହିଁ ।

amarujala
0 42

ଭାରତରେ ଯଦିଓ ସମଲିଙ୍ଗୀକତାକୁ ଅପରାଧ ଶ୍ରେଣୀରୁ ହଟାଇ ଦିଆଯାଇଛି, ଏବଂ ସମସ୍ତଙ୍କୁ ସମାନତା ଅଧିକାର ମିଳିସାରିଛି,କିନ୍ତୁ ଦୁନିଆରେ ଏବେ ମଧ୍ୟ ଏଭଳି କିଛି ଦେଶ ରହିଛି ଯେଉଁଠାରେ ସମଲିଙ୍ଗୀକତାକୁ ନେଇ କଂଜର୍ଭେଟିଭ ଚିନ୍ତାଧାରା ରହିଛି । ବାସ୍ତବରେ ଇଣ୍ଡୋନେସିଆର ଆସେହ ପ୍ରାନ୍ତରେ ଏକ ହେଟେଲ ନୀଚ ଚିନ୍ତାଧାରା ଆପଣାଇ ହୋଟେଲରେ ପୁଅ ଝିଅଙ୍କୁ ଏକା ସାଙ୍ଗରେ ବସି ଖାଦ୍ୟ ଖାଇବା ଉପରେ ରୋକ ଲଗାଇଛନ୍ତି । କେବଳ ସେତିକି ନୁହେଁ ହେଟେଲରେ ଲେସ୍ୱିୟନ,ଗେ,ବାଇ ସେକ୍ସୁଆଲ ବା ଟ୍ରାନ୍ସଜେଂଡରଙ୍କ ଆସିବାକୁ ମଧ୍ୟ ରୋକ ଲଗାଇଛନ୍ତି । ତେବେ ଏହା ସେଠାର କାନୁନ ଅନୁସାରେ ପାଳନ କରାଯାଏ ।

ଏକ ସମାଚାର ଏଜେନ୍ସି ରିପୋର୍ଟ ଅନୁସାରେ ହୋଟେଲର ନୂଆ କାନୁନରେ ଏହି ଆଇନକୁ ଅନ୍ତର୍ଭୁକ୍ତ କରାଯାଇଛି । କାନୁନ ଅନୁସାରେ ମହିଳା ଯଦି ସେମାନଙ୍କ ସଂପର୍କୀଙ୍କ ସହିତ ହୋଯେଲ ଆସୁଛନ୍ତି ତେବେ ସେମାନଙ୍କ ପାଇଁ କୌଣସି ସମୟସୀମା ନିର୍ଦ୍ଧାରଣ କରାଯାଇ ନାହିଁ ।

ଆସେହ ପ୍ରାନ୍ତରେ ମେୟର ରୈଫାନୁର ୩୦ ଅଗଷ୍ଟକୁ ଏହି କାନୁନକୁ ଅନୁମତି ଦେଇଥିଲେ । ଏହା ସହିତ କୁହାଯାଇଛିଯେ ଯଦି ଜଣେ ମହିଳା ବା ପୁରୁଷ ତାଙ୍କ ସଂପର୍କୀୟଙ୍କ ସହିତ ନଥିବେ ତେବେ ସେ ଗୋଟିଏ ଚୌକିରେ ଖାଦ୍ୟ ଖାଇପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More