Only for Entertainment

ହାତର ହାତ ଛନ୍ଦି ଇଭେଂଟରେ ଉଠାଇଲେ ଫଟୋ, ଦେଖିବାକୁ ମିଳିଲା ପ୍ରେମଭରା ପୋଜ !

bollywoodlife
0 56

ବଲିଉଡ ସୁପରଷ୍ଟାର ସଲମାନ ଖାନ ଙ୍କ ଭାଇ ଅରବାଜ ଖାନ କିଛି ଦିନ ହେବ ନିଜର ଅଫେୟାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅରବାଜ ଖାନଙ୍କ ନାଁ ଏବେ ବିଦେଶୀ ମହିଳା ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ଯୋଡା ଯାଇଛି । ଦୁହେଁ ଅନେକ ସମୟରେ ହାତ ଧରି ଚାଲୁଥିବା ବେଳେ ସ୍ପଟ ହୋଇଥାଆନ୍ତି । ଯେବେ ଦୁହିଁଙ୍କୁ ଦେଖିବାକୁ ମିଳେ , ଦୁହେଁ ଦୁହିଁଙ୍କ ସହ ଖୁସି ନଜର ଆସନ୍ତି । ଦୁହିଁଙ୍କୁ ଏବେ କିଛି ଦିନ ତଳେ ଏକାଠି ବୁଲୁଥିବାର ମୁମ୍ବାଇରେ ବୁଲୁଥିବାର ନଜର ଆସିଥିଲେ । ମୁମ୍ବାଇର ଏକ ଇଭେଂଟରେ ଦୁହେଁ ନଜା ଆସିଥିଲେ, ଏବଂ ଦୁହେଁ ଖୁବ ସୁନ୍ଦର ଓ ଗ୍ଲାମରସ ଦିଶୁଥିଲେ । ଏଥର ସେମାନେ କ୍ୟାମେରା ଠାରୁ ବଂଚି ପାରିନଥିଲେ ।  ଜର୍ଜିୟା ଖୁବ ହଟ ନଜର ଆସୁଥିଲେ । ଆଗରୁ ଦୁହେଁ ଦୁହିଁଭ୍କ ସମ୍ପର୍କକୁ ସ୍ୱୀକାର କରୁନଥିଲେ ,ମାତ୍ର ଏବେ ଦୁହେଁ କ୍ୟାମେରା ସାମ୍ନାରେ ହାତ ଧରି ଫଟୋ ଉଠାଇବାରେ ମଧ୍ୟ ଅସୁବିଧା ମନେ କରୁନାହାନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ପାଖା ପାଖି ୧୮ବର୍ଷ ପରେ ମଲାଇକା ଏବଂ ଅରବାଜଙ୍କ ମଧ୍ୟରେ ବିଛେଦ ହୋଇଥିଲା । ଏହାପରେ ଅରବାଜ ଏବେ ଜର୍ଜିୟାଙ୍କ ସହ ନିଜ ସମ୍ପର୍କ ଯୋଡିଛନ୍ତି । ଖବର ମୁତାବକ ଅରବାଜ ଏବଂ ଜର୍ଜିୟା ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି , ମାତ୍ର ଏସମ୍ପର୍କରେ ଦୁହେଁ ଏବେ ପର୍ଯ୍ୟନ୍ତ କୌଣସି ବୟାନ ଦେଇ ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More