Only for Entertainment

ପରିଣୀତିଙ୍କୁ ନିଜର ଗୁରୁ ବୋଲି କହିଲେ ଅର୍ଜୁନ ।

Be Real You
0 34

ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ପୁଣି ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ରେ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିପୁଲ ଅମ୍ରୁତଲାଲ ସାହା । ଉଭୟ ଅର୍ଜୁନ ଓ ପରିଣୀତିଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ଥିବା ସେମାନଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ହିଁ ସ୍ୱଷ୍ଟ ଜଣାପଡିଥାଏ । ନିକଟରେ ପରିଣୀତି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଅର୍ଜୁନଙ୍କୁ ଖୁବ ପ୍ରଶଂସା କରିବା ସହ ତାଙ୍କୁ ବିପଦର ବନ୍ଧୁ ବୋଲି କହିଥିଲେ ।

ତେବେ ଅର୍ଜୁନ ଏବେ ସୋସିଆଲ ମିଡିଆରେ ପରିଣୀତିଙ୍କ ସହ ଏକ ଭିଡିଓ ସେୟାର କରିବା ସହ ଏଥିରେ ସେ ପରିଣୀତିଙ୍କୁ ଗୁରୁ ବୋଲି ମାନିଛନ୍ତି । ସେ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ରେ ପରିଣୀତିଙ୍କ ପାଖରୁ ବହୁତ କିଛି ଶିଖିଥିବାରୁ ଗୁରୁ ଦିବସ ଅବସରରେ ସେ ତାଙ୍କୁ ଜଣେ ଶିକ୍ଷୟତ୍ରୀ ସମ୍ବୋର୍ଦ୍ଧନ କରିଛନ୍ତି । ଏହାସହ ଫିଲ୍ମର ଟ୍ରେଲର ବୁଧବାର ଦିନ ଦର୍ଶକଙ୍କ ସାମ୍ନାକୁ ଆସିଛି ।

କହିରଖୁଛୁ ଯେ, ‘ନମସ୍ତେ ଇଂଲଣ୍ଡ’ ଫିଲ୍ମଟି ଅକ୍ଷୟ-କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ନମସ୍ତେ ଲଣ୍ଡନ’ର ସିକ୍ୟୁଏଲ । ଫିଲ୍ମଟି ଏଇ ବର୍ଷ ଅକ୍ଟୋବର ୧୯ରେ ରିଲିଜ କରିବାକୁ ସ୍ଥିର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More