Only for Entertainment

ଶୀତଦିନରେ ଖାଇବେ ଯଦି ଏହି ଖାଦ୍ୟ ତ୍ୱଚା ରହିବ ତାଜା ।

punjab keasri
27

ଶୀତଦିନରେ ଶରୀରରୁ ଜଳୀୟ ଅଂଶ କମ ହୋଇଯିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ । ଯାହା ଦ୍ୱାରା ତ୍ୱଚା ଅସୁନ୍ଦର ଦେଖାଯିବା ସହ ଚିଡ଼ିଚିଡ଼ା ମଧ୍ୟ ଲାଗେ । ତେଣୁ ଏହି ଦିନରେ ଶରୀରର ଯତ୍ନ ନେବା ନିହାତି ଜରୁରୀ ।ସେଥିପାଇଁ ଆପଣଙ୍କୁ ଆପଣଙ୍କ ଖାଦ୍ୟ ଉପରେ ଯତ୍ନବାନ ହେବାକୁ ପଡ଼ିବ । ତେବେ କେଉଁ ସବୁ ଖାଦ୍ୟ ଖାଇଲେ ଆପଣଙ୍କ ତ୍ୱଚା ତାଜା ଦେଖାଯିବ ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ଗାଜର- ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ ଗାଜର । ବିଶେଷ କରି ତ୍ୱଚା ସୁନ୍ଦର ଦେଖାଯିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।ଭିଟାମିନ ଏ’ରେ ଏହା ଭରପୂର । ଏହା ତ୍ୱଚା ଶୁଷ୍କ ହେବାରୁ ରକ୍ଷା କରିବା ସହିତ ତ୍ୱଚାକୁ କୋମଳ ମଧ୍ୟ କରିଥାଏ ।

ଖଟା ଫଳ ମଧ୍ୟ ଖୁବ ଉପକାରୀ । ଏଥିରେ ଭିଟାମିନ ସି,ଆମିନୋ ଏସିଡ ଏବଂ ପ୍ରୋଲାଇନ ଥାଏ । ଏହା ଦ୍ୱାରା ତ୍ୱଚା କୋମଳ ରହିଥାଏ । ଏହା ଦ୍ୱାରା ତ୍ୱଚା ସଂପର୍କୀତ କୌଣସି ରୋଗ ହୋଇ ନଥାଏ ।

ଟମାଟୋ,ପାଳଙ୍ଗ ଏବଂ ରସୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଏଥିରେ କେରୋଟିନ ତତ୍ତ୍ୱ ରହିଥାଏ,ଯାହା ରକ୍ତକୁ ସଫା ରଖେ । ଏହା ଦ୍ୱାରା ବ୍ରଣ ଆଦି ସମସ୍ୟା ଦୂର ହୋଇଥାଏ ଏବଂ ଉଜ୍ୱଳ ତ୍ୱଚା ମିଳିଥାଏ ।

କମଳା ମଧ୍ୟ ଖୁବ ଉପକାରୀ ।ଏହା ଦ୍ୱାରା ତ୍ୱଚାରେ ସଂକ୍ରମିତ ରୋଗ ହୋଇ ନଥାଏ । ତ୍ୱଚା କୋମଳ ରହିବା ସହିତ ଶୁଷ୍କ ହୋଇ ନଥାଏ । ଲାଲ ଅଙ୍ଗୁର ଏବଂ କନ୍ଦମୂଳ ମଧ୍ୟ ଖାଇବା ଖୁବ ଲାଭଦାୟକ ହୋଇଥାଏ । ତ୍ୱଚା ସମ୍ବଦ୍ଧୀୟ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More