Only for Entertainment

ଭାରତୀୟ ବୀରଙ୍କର ବୀରତ୍ୱରେ ଭରା କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ ପାଇଁ ଟ୍ୟାକ୍ସ ଫ୍ରି କରିବାକୁ ବ୍ରିଗେଡ଼ିୟରଙ୍କ ଦାବି । ଜାଣନ୍ତୁ ଏହାର ନିଛକ କାହାଣୀ ।

dnaindia
0 44

୧୯୬୨ରେ ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ଆଧାରିତ ଫିଲ୍ମ ସୁବେଦାର ଯୋଗୀନ୍ଦର ସିଂକୁ ଥିଏଟର୍ସରେ ଖୁବ ଭଲପାଇବା ମିଳିଛି । ଫିଲ୍ମକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଏହାକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରାଯାଇଛି ।

ଫିଲ୍ମ ଦେଖିବା ପରେ ବ୍ରିଗେଡ଼ିୟର ଇନ୍ଦ୍ରଜିତ ସିଂ ଗଖଲ ସରକାରଙ୍କୁ ଫିଲ୍ମ ଟ୍ୟାକ୍ସ ଫ୍ରି କରିବା ପାଇଁ ଅପିଲ କରିଛନ୍ତି । ତାଙ୍କ କହିବା ଅନୁସାରେ ଯଦି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯିବ ତେବେ ଏହାକୁ ଅଧିକ ଦର୍ଶକ ମିଳିବେ ।

ଏହି ଫିଲ୍ମରେ ଶିଖ ରେଜିମେଂଟର ୨୧ ଜଣ ଯୱାନ,କ୍ୟାପଟେନ ଏବଂ ପରମବୀର ଚକ୍ର ବିଜେତା ସୁବେଦାର ଯୋଗୀନ୍ଦର ସିଂଙ୍କ କାହାଣୀ,ଯିଏ ଅଚାନକ ହୋଇଥିବା ଚୀନ ମାମଲାରେ ମୁଣ୍ଡ ନୁଆଁଇ ନଥିଲେ ବରଂ ସାହସର ସହିତ ସାମ୍ନା କରିଥିଲେ । ଲହୁଲୁହାଣ ହେବାପରେ ମଧ୍ୟ ସେମାନେ ପଛଘୁଂଚା ଦେଇନଥିଲେ । ତେଣୁ ସେମାନଙ୍କର ଏହି ବୀରତ୍ୱ ସମସ୍ତଙ୍କ ନିକଟରେ ପହଂଚିବା ଉଚିତ । ତେବେ ଏହା ଉପରେ ଆଧାରିତ ଫିଲ୍ମ ୬ ଅପ୍ରେଲକୁ ରିଲିଜ କରାଯାଇଛି ।

ଫିଲ୍ମକୁ ଲୋକମାନେ ହଲିଉଡ ଫିଲ୍ମ ଡନକର୍କ ସହିତ ତୁଳନା କରୁଛନ୍ତି ।

ପ୍ରତିଦ୍ୱନ୍ଦୀ ସହିତ ଅଧିକ ସମୟ ପର୍ଯ୍ୟନ୍ତ ଲଢି ପାରିବେ ନାହିଁ ଜାଣିଥିଲେ ମଧ୍ୟ କେହି ପଛଘୁଂଚା ଦେଇ ନଥିଲେ । ତେଣୁ ଏହା ସମସ୍ତଙ୍କ ନିକଟରେ ପହଂଚିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More